ଭୁବନେଶ୍ବର : ୧୬ ନମ୍ବର ଜାତୀୟ ରାଜପଥରେ ଡକାୟତି କରି ଆତଙ୍କ ସୃଷ୍ଟି କରିଥିବା ଏକ ଗ୍ୟାଙ୍ଗ୍କୁ କ୍ରାଇମ୍ ବ୍ରାଞ୍ଚ ଏସ୍ଟିଏଫ୍ ଠାବ କରିଛି। ଗ୍ୟାଙ୍ଗ୍ର ୪ଜଣଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ୫ ରାଉଣ୍ଡ ଗୁଳି, ବାଇକ୍ ଓ କାତି ଜବତ କରିଛି। ସେମାନେ ହେଲେ ଦୁଃଶାସନ ବେହେରା ଓରଫ ସନା, ହେମନ୍ତ ନାୟକ, ନିହାର ରଂଜନ ସାମନ୍ତରୟ ଓରଫ ଜଗନ ଏବଂ ଏମ୍ଡି ବାସିର ଓରଫ ଲିପୁ। ଗିରଫ ପରେ ସେମାନଙ୍କୁ ଖୋର୍ଧା ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇ ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, କିଛିଦିନ ହେବ ଏହି ଗ୍ୟାଙ୍ଗ ଜାତୀୟ ରାଜପଥରେ ଡକାୟତି କରି ଭୟର ବାତାବରଣ ସୃଷ୍ଟି କରିଥିଲା। ଶୁକ୍ରବାର ଖୋର୍ଧା ଏସ୍ଏଚ୍ଜି ଗ୍ରୁପ୍ ସ୍ଥାନୀୟ ଏକ ବ୍ୟାଙ୍କ୍ରେ ୧୦ଲକ୍ଷ ଟଙ୍କା ଜମା କରିବା କଥା ଗ୍ୟାଙ୍ଗ ସୂଚନା ପାଇଥିଲା। ଡକାୟତି ପାଇଁ ଗ୍ୟାଙ୍ଗର ୯ଜଣ ସଦସ୍ୟ ସ୍ଥାନୀୟ ଏକ ଅଞ୍ଚଳରେ ଜଗି ରହିଥିଲେ। ଖବର ପାଇ ଏସ୍ଟିଏଫ୍ ଟିମ୍ ସେଠାରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଡକାୟତମାନେ ଫେରାର୍ ହେବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ୍ ଗୋଡ଼ାଇ ଗୋଡ଼ାଇ ୪ଜଣଙ୍କୁ ଗିରଫ କରିଥିବା ବେଳେ ୫ଜଣ ଫେରାର୍ ହୋଇଯାଇଥିଲେ। ଫେରାର୍ ଥିବା ଅନ୍ୟ ଡକାୟତଙ୍କୁ ଗିରଫ ପାଇଁ ଏସ୍ଟିଏଫ୍ ଚଢ଼ଉ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/hitesh-dacayat.jpg)