ବାଲିଅନ୍ତା ବଜାର: ଆଜି ପାହାଳ ଥାନା ପୁଲିସ ୪ ଗଞ୍ଜେଇ ବେପାରୀଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବଡ଼ଗଡ଼ ମଇଁଷିଖାଲବସ୍ତିରେ ରହୁଥିବା କନ୍ଧମାଳର ଟୁନା ପ୍ରଧାନ(୩୪), ଭରତପୁରରେ ରହୁଥଇବା ଗଞ୍ଜାମ ବେଲଗୁଣ୍ଠାର ବସନ୍ତ ଗୌଡ(୩୨), ସାଲିଆସାହିରେ ରହୁଥିବା ଯାଜପୁରର ଜିତେନ୍ଦ୍ର ବେହେରା(୩୦) ଓ ପଶ୍ଚିମବଙ୍ଗ ୨୪ପ୍ରଗଣାର ସେକ୍‌ ସୋହାଗ(୩୫)। ସେମାନଙ୍କଠାରୁ ସାଢ଼େ ୨୨ କେଜି ଗଞ୍ଜେଇ ଓ ୨ଟି ବାଇକ୍‌ ଜବତ କରାଯାଇଛି। କନ୍ଧମାଳରୁ ଗଞ୍ଜେଇ ଆଣି ଏହି ଚାରିଜଣ ରାଜଧାନୀର ବିଭିନ୍ନ ଅଞ୍ଚଳର ଛୋଟ ବେପାରୀମାନଙ୍କୁ ଯୋଗାଇଥାନ୍ତି। ଆଜି ଏହି ଗ୍ୟାଙ୍ଗ୍‌ ପାହାଳ ଅଞ୍ଚଳରେ ଗଞ୍ଜେଇ ଦେବାକୁ ଆସିଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ହଂସପାଳ ଅଣ୍ଡରପାସ୍‌ ତଳେ ଏମାନେ ଗ୍ରାହକ ଅପେକ୍ଷାରେ ଥିବା ବେଳେ ପୁଲିସ ଚଢ଼ଉ କରିଥିଲା।