ଆସନ୍ତା ୩୦ ତାରିଖରେ ୪ ଘଣ୍ଟା ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ

ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ଆବଶ୍ୟକ ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ସ୍ଥାନରେ ୪ ଘଣ୍ଟା ପାଇଁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ। ସେସୁ ପକ୍ଷରୁଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି, ଭୁବନେଶ୍ବରରେ ନୂଆପଲ୍ଲୀ ବ୍ରିଟ୍‌ କଲୋନି, ସିଆର୍‌ପି ଛକ ଅଞ୍ଚଳରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ, ୟୁନିଟ୍‌-୧, ବାପୁଜୀ ନଗର, ୟୁନିଟ୍‌-୮, ଡେଲ୍ଟା, ଫାୟାର ଷ୍ଟେସନ ଅଞ୍ଚଳରେ ସକାଳ ୯ଟାରୁ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ। ସେହିଭଳି ଖୋର୍ଦ୍ଧାର ଗେଡ଼ିଆପଲ୍ଲୀ, ମଣିବନ୍ଧ, ବଡ଼ବେରେଣା ଅଞ୍ଚଳରେ ୯ଟାରୁ ଗୋଟାଏ ପର୍ଯ୍ୟନ୍ତ, ଢେଙ୍କାନାଳର ବୈଶିଙ୍ଘାରେ ୮ଟାରୁ ଗୋଟାଏ, ଢେଙ୍କାନାଳ ସହର, ବଡ଼ସୁଆଁଲୋ, ମାର୍ଥାପୁର, ନିମିଧା ଅଞ୍ଚଳରେ ୮ଟାରୁ ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ।

ସମ୍ବନ୍ଧିତ ଖବର