‘ଫୋର୍‌ ଇଡିଅଟ୍ସ’ ଟିମ୍‌ର ଶ୍ରୀଜିଉ ଦର୍ଶନ

22

ଭୁବନେଶ୍ୱର: ଆଜି ସାରା ଓଡ଼ିଶାରେ ମୁକ୍ତିଲାଭ କରିଥିବା ନୂଆ ଓଡ଼ିଆ ସିନେମା ‘ଫୋର୍‌ ଇଡିଅଟ୍ସ’ର ପୂରା ଟିମ୍‌ ଗତକାଲି ପୁରୀ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ଚଳଚ୍ଚିତ୍ରର ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି। ସିନେମାର ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଶାନ୍ତ ବେହେରା, ସୁନିଲ ଯାଦବ, ଅଭିନେତା ସବ୍ୟସାଚୀ ମିଶ୍ର, କୁନା ତ୍ରିପାଠୀ, ଅଭିନେତ୍ରୀ ଏଲିନା ସାମନ୍ତରାୟ, ଲିପ୍ସା ମିଶ୍ର, ପୁନମ୍‌ ମିଶ୍ର ପ୍ରମୁଖ ସାମିଲ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ଚଳଚ୍ଚିତ୍ରଟିକୁ ବସନ୍ତ ସାହୁ ନିର୍ଦେଶନା ଦେଇଥିବା ବେଳେ ସବ୍ୟସାଚୀ, ଆକାଶ ଦାସ ନାୟକ, କୁନା ତ୍ରିପାଠୀ ଓ ଚିତ୍ତରଂଜନ ତ୍ରିପାଠୀ ଚାରିଜଣ ଇଡିଅଟ୍‌ ଭାବେ ମୁଖ୍ୟ ଭୂମିକାରେ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମରେଶ, କେକେ ପ୍ରମୁଖ ଅଭିନୟ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର