ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ବେଣ୍ଟପୁର ଜାଗିରି ଗ୍ରାମରେ ଆଜି ଭୋର୍ ପ୍ରାୟ ୪ଟା ସମୟରେ ବାଉଁଶ ଖୁଣ୍ଟରେ ଟଣା ଯାଇଥିବା ଏଲଟି ଲାଇନ ବିଦ୍ୟୁତ୍ ତାର ହାଇଓ୍ଵା ଗାଡ଼ିରେ ଲାଗି ଛିଣ୍ଡି ପଡ଼ିବାରୁ ଏହା ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ଜଣେ ମହିଳାଙ୍କ ସହିତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିମାନେ ହେଲେ, ଗ୍ରାମର ଖୁଲଣା ବେହେରା ( ୩୫ ), ଅମୀୟ ଦାଶ ( ୪୦ ) , ବିଲା ସାହୁ ( ୩୦ ) ଓ ରାମକୃଷ୍ଣ ସାହୁ ( ୨୮ )। ସେମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଏନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ବାଲିଅନ୍ତା ଥାନା ପୁଲିସ ଗ୍ରାମରେ ପହଞ୍ଚି ଏହାର ତଦନ୍ତ କରୁଛି।
ବିଦ୍ୟୁତ୍ ତାର ଛିଣ୍ଡି ମହିଳାଙ୍କ ସମେତ ୪ ଆହତ
/sambad/media/post_attachments/wp-content/uploads/2018/01/ele-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)