ପାଗଳା କୁକୁର କାମୁଡ଼ାରେ ୪ ଆହତ

ବାଲିଅନ୍ତା : ବାଳକାଟି ବଜାରରେ ଏଇ କିଛି ଦିନ ହେବ ଏକ ପାଗଳା କୁକୁରର ଉତ୍ପାତ ଯୋଗୁଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗତ ସପ୍ତାହକ ମଧ୍ୟରେ ଏହି କୁକୁର ଏକାଧିକ ଲୋକଙ୍କୁ କାମୁଡ଼ି ଆହତ କଲାଣି। ଆଜି ଦିନକ ମଧ୍ୟରେ ୪ ଜଣଙ୍କୁ କାମୁଡ଼ି ଥିବା ଗ୍ରାମବାସୀ କହିଛନ୍ତି। ଆହତମାନଙ୍କ ମଧ୍ୟରେ ଅଛନ୍ତି ସ୍ଥାନୀୟ ନୂଆପାଟଣା ଗ୍ରାମର ଜିତୁ ବାରିକ୍‌(୪୦), ମାହଲସାହିର ଜଣେ ବ୍ୟକ୍ତିଙ୍କ ସହିତ ଅଠରଘରିଆ ସାହିର ଏକ ନାବାଳିକା ଓ ରଣପୁର ଗ୍ରାମର ଜଣେ ଯୁବକ ଅଛନ୍ତି। ଜିତୁ ବଜାର ରାସ୍ତା ଦେଇ କୁକୁଡ଼ା ଫାର୍ମକୁ ଯାଉଥିବା ବେଳେ ଏହି କୁକୁର କାମୁଡ଼ାର ଶିକାର ହୋଇଥିଲେ। ସେହପରି ରଣପୁର ଯୁବକ ଜଣକ ଅସୁସ୍ଥ ମଆଙ୍କ ଓଷଧ ନେବା ପାଇଁ ବଜାରକୁ ଆସି ଆହତ ହୋଇଥିଲେ। କୁକୁରକୁ ଚିକିତ୍ସା କରି ତୁରନ୍ତ ସୁସ୍ଥ କରିବା ଦିଗରେ ବାଳକାଟି ପ୍ରାଣୀ ଚିକିତ୍ସା ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର