୪ ଲୁଟେରା ଗିରଫ

ଭୁବନେଶ୍ବର: ଜଣେ ରେଳ ଯାତ୍ରୀଙ୍କଠାରୁ ଲୁଟ୍‌ ଅଭିଯୋଗରେ ରେଳବାଇ ଥା‌ନା ପୁଲିସ ୩ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ସାଢ଼େ ୭ହଜାର ଟଙ୍କା ଓ ଗୋଟିଏ ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେମା‌ନେ ହେଲେ ନୟାଗଡ଼ ଓଡ଼ଗାଁ ଅଞ୍ଚଳର ଚିରଞ୍ଜୀବୀ ସାହୁ(୧୯), ପୁରୀ ଜିଲ୍ଲା କୁମ୍ଭାରପଡ଼ା ଅଞ୍ଚଳର ରଂଜିତ୍‌ ଦାସ(୨୭) ଓ ଖଣ୍ଡଗିରି ଥାନା ପାତ୍ରପଡ଼ା ଅଞ୍ଚଳର ମାଧବ ମଲ୍ଲିକ(୧୯)। ସେହିପରି ଅନ୍ୟ ଏକ ଲୁଟ୍‌ ଘଟଣାରେ କ୍ୟାପିଟାଲ ଥାନା ପୁଲିସ କେଦାରପଲ୍ଲୀ ଅଞ୍ଚଳର ପ୍ରକାଶ ନାୟକ ଓରଫ ଶଙ୍କର(୨୨)କୁ ଗିରଫ କରିଛି। ପୁଲିସ ତା’ଠାରୁ ୪ଟି ମୋବାଇଲ୍‌ ଜବତ କରିଛି।

ସମ୍ବନ୍ଧିତ ଖବର