ଭୁବନେଶ୍ବର : ନୂଆସାହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘର ଆଜ୍ବେଷ୍ଟସ ଭାଙ୍ଗି ୯ଲକ୍ଷ ଟଙ୍କା ଚୋରି କରିଥିବା ୪ ଅଭିଯୁକ୍ତଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ୨.୨୪ଲକ୍ଷ ଟଙ୍କା, ବାଇକ୍ ଓ ଗୋଟିଏ ମୋବାଇଲ୍ ଜବତ ହୋଇଛି। ସେମାନେ ହେଲେ, ନୂଆପଲ୍ଲୀ ଗଡ଼ସାହି ଅଞ୍ଚଳର କାର୍ତ୍ତିକ ନାୟକ(୧୯), ଗଣେଶ ନାୟକ(୨୫), ବାଲିତୋଟା ସାହିର ଭୂବନ ମହାନ୍ତ(୧୯) ଓ ଅମିତ କୁମାର ପରିଡ଼ା(୨୦)। ଆଜି ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ପୁଲିସ ସୂଚନା ମୁତାବକ, ନୂଆସାହି ଅଞ୍ଚଳର କୈଳାସ ଚନ୍ଦ୍ର ସାହୁ ଜମି ବିକ୍ରି କରି ୯ଲକ୍ଷ ଟଙ୍କା ଆଣି ଘରେ ରଖିଥିଲେ। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ କୈଳାସଙ୍କ ପାଖରେ ଜମି ବିକ୍ରି ଟଙ୍କା ଥିବା ଜାଣିବାକୁ ପାଇଥିଲେ। ଗତ ୭ତାରିଖ ରାତି ପ୍ରାୟ ୧ଟାରେ ଅଭିଯୁକ୍ତମାନେ କୈଳାସଙ୍କ ଘର ଆଜ୍ବେଷ୍ଟସ ଭାଙ୍ଗି ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ। ପରଦିନ ଏହା ଦେଖି କୈଳାସ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା।
ଆଜ୍ବେଷ୍ଟସ ଭାଙ୍ଗି ୯ଲକ୍ଷ ଲୁଟ୍ ମାମଲା : ୪ ଅଭିଯୁକ୍ତ ଗିରଫ, ୨.୨୪ଲକ୍ଷ ଟଙ୍କା, ବାଇକ୍ ଓ ମୋବାଇଲ୍ ଜବତ
/sambad/media/post_attachments/wp-content/uploads/2019/06/arrests.jpg)