ପୁରୁଣା ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମନ୍ଦିର ସହ ଜଡ଼ିତ ଥିବା ୪ଟି ମଠ ଓ କପିଳେଶ୍ବର ମନ୍ଦିର ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଅଧୀନକୁ ଆସିବ। ଏହି ମଠଗୁଡ଼ିକ ହେଲା ଶଙ୍କରାନନ୍ଦ ମଠ, ଗୋପାଳତୀର୍ଥ ମଠ, କପାଳି ମଠ ଓ ଶିବତୀର୍ଥ ମଠ। ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକରେ ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଆଜି ସର୍କିଟ୍ ହାଉସ୍ରେ ଟ୍ରଷ୍ଟ ବୋର୍ଡର ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀଲିଙ୍ଗରାଜ ମନ୍ଦିର ସହ ଜଡ଼ିତ ମଠ ଓ ମନ୍ଦିର ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ମଠଗୁଡ଼ିକ ସିଧାସଳଖ ଶ୍ରୀଲିଙ୍ଗରାଜ ମନ୍ଦିରର ବିଭିନ୍ନ ପୂଜା ଓ ନୀତିକାନ୍ତି ସହ ସମ୍ପୃକ୍ତ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ୪ଟି ମଠ ଓ କପିଳେଶ୍ବର ମନ୍ଦିର ପରିଚାଳନା କମିଟି ଏକାଠି ରହିଲେ ଆଗାମୀ ଦିନରେ ହେବାକୁ ଥିବା ମନ୍ଦିରର ସ୍ବତନ୍ତ୍ର ଆଇନ ଠିକଣା ଭାବେ ତିଆରି ହୋଇପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ବୈଠକରେ ବିଏମ୍ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶଙ୍କ ସମେତ ଟ୍ରଷ୍ଟ ବୋର୍ଡର ସଦସ୍ୟମାନେ ଉପସ୍ଥିତ ରହିଥିଲେ।
ଶ୍ରୀଲିଙ୍ଗରାଜ ପ୍ରଶାସନରେ ସାମିଲ ହେବେ ୪ ମଠ ଓ କପିଳେଶ୍ବର ମନ୍ଦିର
/sambad/media/post_attachments/wp-content/uploads/2020/01/lingaraj-temple-fa-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)