ଗଡ଼ିବ ଆଉ ୪ ସ୍ବତନ୍ତ୍ର ଟ୍ରେନ୍‌, ପ୍ରତ୍ୟାହାର ହେଲା ୫ଟି ପାର୍ବଣ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଆଉ ୪ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି। ପଲାସା-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ(୦୮୫୩୪) ୧୬ ତାରିଖରୁ ପଲାସାରୁ ସକାଳ ୬ଟାରେ ବାହାରି ପୂର୍ବାହ୍ନ ୧୦ଟା ୧୦ରେ ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱର-ପଲାସା ସ୍ବତନ୍ତ୍ର ଟ୍ରେନ(୦୮୫୩୩) ଆସନ୍ତା ୧୫ ତାରିଖରୁ ସନ୍ଧ୍ୟା ୬ଟା ୨୦ରେ ଭୁବନେଶ୍ୱରରୁ ବାହାରି ରାତି ୧୦ଟା ୪୦ରେ ପଲାସାରେ ପହଞ୍ଚିବ। ଏହି ଟ୍ରେନ୍‌ ସୋମପେଟା, ଇଚ୍ଛାପୁରମ୍‌, ବ୍ରହ୍ମପୁର, ଛତ୍ରପୁର, ଖଲିକୋଟ, ବାଲୁଗାଁ, କାଳୁପଡାଘାଟ, ନିରାକାରପୁର ଓ ଖୋର୍ଦ୍ଧା ରୋଡ ଷ୍ଟେସନରେ ରହିବ।ସମ୍ବଲପୁର-ରାୟଗଡା ସ୍ବତନ୍ତ୍ର ଟ୍ରେନ(୦୮୩୦୧) ୧୫ ତାରିଖରୁ ସମ୍ବଲପୁରରୁ ସକାଳ ୬ଟା ୫ରେ ଛାଡ଼ି ମଧ୍ୟାହ୍ନ ୧୨ଟା ୪୦ରେ ରାୟଗଡ଼ାରେ ପହଞ୍ଚିବ। ଫେରିବା ବାଟରେ ଏହି ସ୍ବତନ୍ତ୍ର ଟ୍ରେନ(୦୮୩୦୨) ୧୫ ତାରିଖ ଅପରାହ୍ନ ୨ଟା ୫ରେ ରାୟଗଡାରୁ ଛାଡ଼ି ସମ୍ବଲପୁରଠାରେ ରାତି ୮ଟା ୨୦ରେ ପହଞ୍ଚିବ। ସମ୍ବଲପୁର ଓ ରାୟଗଡା ମଧ୍ୟରେ ହୀରାକୁଦ, ଅତାବିରା, ବରଗଡ ରୋଡ, ବରପାଲି, ଲୋଇସିଙ୍ଗା, ବାଲାଙ୍ଗୀର, ସଇଁତଳା, ବଡ଼ମାଲ, ଟିଟିଲାଗଡ, କେସିଙ୍ଗା, ରୁପ୍ରା ରୋଡ, ନର୍ଲା ରୋଡ, ଲାଞ୍ଜିଗଡ଼ ରୋଡ, ଆମ୍ବାଦଳା, ମୁନିଗୁଡା, ଥେରୁଭାଲୀ ଓ ସିଙ୍ଗାପୁର ରୋଡ୍ ଷ୍ଟେସନରେ ରହଣି କରିବ।

ବିଶାଖାପାଟଣା-ରାୟଗଡା ସ୍ବତନ୍ତ୍ର ଟ୍ରେନ(୦୮୮୫୦୮) ନଭେମ୍ବର ୧୫ରୁ ବିଶାଖାପାଟଣାରୁ ଅପରାହ୍ନ ୪ଟା ୫୦ରେ ଛାଡ଼ି ରାୟଗଡ଼ା‌ଠାରେ ରାତି ୯ଟାରେ ପହଞ୍ଚିବ। ଫେରିବା ସମୟରେ ରାୟଗଡ଼ା-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌(୦୮୫୦୭) ନଭେମ୍ବର ୧୬ରୁ ରାୟଗଡ଼ାରୁ ସକାଳ ୫ଟା ୧୫ରେ ଛାଡ଼ି ପୂର୍ବାହ୍ନ ୯ଟା ୨୫ରେ ବିଶାଖାପାଟଣାରେ ପହଞ୍ଚିବ। ଏହା ସୀମାଞ୍ଚଲମ୍, କୋଟାଭାଲାସା, ବିଜୟନଗରମ୍, ଗଜପତିନଗରମ୍, ବବିଲି ଓ ପାର୍ବତୀପୁରମ୍ ଷ୍ଟେସନରେ ରହଣି କରିବ। ସେହିପରି ପଲାସା-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ(୦୮୫୩୧/୦୮୫୩୨) ନଭେମ୍ବର ୧୬ରୁ ଚଳାଚଳ କରିବ। ଅନ୍ୟପକ୍ଷରେ ପାର୍ବଣକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରେ ଚଳାଚଳ କରୁଥିବା ୫ଟି ସ୍ବତନ୍ତ୍ର ଟ୍ରେନ ସେବାକୁ ପ୍ରତ୍ୟାହାର କରାଯାଇଛି। କମ୍‌ ଯାତ୍ରୀ ହେଉଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର