ବଢ଼ି ଚାଲିଛି ସ୍ବାଇନ୍ ଫ୍ଲୁ,, ଗୋଟିଏ ଦିନରେ ୪ ପଜିଟିଭ୍

ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଛୁଇଁଲା

ଭୁବନେଶ୍ବର: ରାଜ୍ୟରେ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୪ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ରାଜ୍ୟରେ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ୩୫ରେ ପହଞ୍ଚିଛି। ସୂଚନା ଅନୁସ‌ାରେ, ଆଜି ୧୧ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୪ଟି ନମୁନା ପଜିଟିଭ୍ ରହିଛି। ଜଣେ ଆକ୍ରାନ୍ତ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ରାଜଧାନୀର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କ ଘର ରାଜଧାନୀ ଆଖପାଖ ଅଞ୍ଚଳରୁ ବୋଲି ସୂଚନା ମିଳିଛି। ଗତକାଲି ଗୋଟିଏ ନମୁନା ପଜିଟିଭ୍ ରହିଥିଲା। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ଥିଲେ ହେଁ, ଗତ ଦେଢ଼ ମାସରେ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ସ୍ବାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର