‘ଭୁବନେଶ୍ୱର ନ୍ୟୁ’ ଷ୍ଟେସନ୍‌ରେ ଅଟକିବ ୪ ଟ୍ରେନ୍‌

ଭୁବନେଶ୍ବର: ଭୁବନେଶ୍ବର ନୂଆ ରେଳଷ୍ଟେସନ୍‌ ପୂର୍ଣ୍ଣାଙ୍ଗ କେବେ? ସୋମବାର ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ପୂର୍ବତଟ ରେଳପଥ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଏହି ଷ୍ଟେସନ୍‌ରେ ୪ଟି ଟ୍ରେନ୍‌ ରହଣି ପାଇଁ ସ୍ଥିର ହୋଇଛି। ଉକ୍ତ ଟ୍ରେନ୍‌ଗୁଡ଼ିକ ହେଲା, ପୁରୀ-କଟକ-ପୁରୀ ମେମୁ, ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ, ପଲାସା-କଟକ-ପଲାସା ପାସେଞ୍ଜର ଓ ଖଡ଼ଗପୁର-ଖୋର୍ଦ୍ଧା ରୋଡ୍‌-ଖଡ଼ଗପୁର ଫାଷ୍ଟ ପାସେଞ୍ଜର୍‌। ଆସନ୍ତା ୧୦ ତାରିଖଠାରୁ ଏହା କାର୍ଯ୍ୟକ୍ଷମ ହେବ ବୋଲି ‌ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

କୁହାଯାଇଛି ଯେ ପୁରୀ-କଟକ-ପୁରୀ ମେମୁ(୬୮୪୧୬/୬୮୪୧୫) ପୂର୍ବାହ୍ନ ୧୦ଟା ୫ରେ ଭୁବନେଶ୍ବର ନୂଆ ରେଳ ଷ୍ଟେସନରେ ପହଞ୍ଚିବ ଏବଂ ୧୦ଟା ୬ରେ କଟକ ଆଡ଼କୁ ଯିବ। କଟକ ଆଡ଼ୁ ଆସୁଥିବା ଏହି ଟ୍ରେନ୍ ଅପରାହ୍‌ଣ ୫ଟା ୨୦ରେ ଷ୍ଟେସନ୍‌ରେ ପହଞ୍ଚି ୫ଟା ୨୧ରେ ପୁରୀ ଅଭିମୁଖେ ଯାତ୍ରା କରିବ। ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ(୬୮୪୨୬/୬୮୪୨୫) ଅପରାହ୍‌ଣ ୪ଟା ୫୪ରେ ପହଞ୍ଚି ୪ଟା ୫୫ରେ କେନ୍ଦୁଝରଗଡ଼ ଅଭିମୁଖେ ଯାତ୍ରା କରିବ। କେନ୍ଦୁଝରଗଡ଼ରୁ ଆସିବାକୁ ଥିବା ଏହି ଟ୍ରେନ୍ ପୂର୍ବାହ୍ନ ୧୦ଟା ୧୪ରେ ପହଞ୍ଚିବ ଏବଂ ୧୦ଟା ୧୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ପଲାସା-କଟକ-ପଲାସା ପାସେଞ୍ଜର୍‌(୫୮୫୩୪/୫୮୫୩୩) ପୂର୍ବାହ୍ନ ୯ଟା ୫୪ରେ ପହଞ୍ଚି ୯ଟା ୫୫ରେ କଟକ ଆଡ଼କୁ ଯିବ।

୧୦ରୁ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି
୪ ଯୋଡ଼ା ଟ୍ରେନ ପାଇଁ ଅତିରିକ୍ତ ରହଣି

କଟକ ଆଡ଼ୁ ଆସୁଥିବା ଏହି ଟ୍ରେନ୍ ଅପରାହ୍‌ଣ ୪ଟା ୩୮ରେ ପହଞ୍ଚି ଅପରାହ୍‌ଣ ୪ଟା ୩୯ରେ ପଲାସା ଅଭିମୁଖେ ଯାତ୍ରା କରିବ। ଖଡ଼ଗ୍‌ପୁର-ଖୋର୍ଦ୍ଧା ରୋଡ୍‌-ଖଡ଼ଗପୁର ଫାଷ୍ଟ ପାସେଞ୍ଜର (୫୮୦୦୫/୫୮୦୦୬) ପୂର୍ବାହ୍ନ ୧୦ଟା ୫୪ରେ ପହଞ୍ଚିବ ଏବଂ ୧୦ଟା ୫୫ରେ ଖୋର୍ଦ୍ଧା ରୋଡ୍‌ ଅଭିମୁଖେ ଯାତ୍ରା କରିବ। ଫେରିବା ବାଟରେ ଅପରାହ୍‌ଣ ୫ଟା ୨୯ରେ ଏହି ଷ୍ଟେସନ୍‌ରେ ପହଞ୍ଚି ଅପରାହ୍‌ଣ ୫ଟା ୩୦ରେ ଖଡ଼ଗପୁର ଅଭିମୁଖେ ଯାତ୍ରା କରିବ।

ସେହିପରି ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ୍‌, ପୁରୀ-ଯୋଗ ନାଗରୀ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌, ଧନବାଦ୍-ଆଲାପୂଜା-ଧନବାଦ୍ ଏକ୍ସପ୍ରେସ୍‌, ହାଓଡ଼ା-ଟିଟିଲାଗଡ-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍‌ ଅତିରିକ୍ତ ରହଣି କରିବ। ତପସ୍ୱିନୀ ଏକ୍ସପ୍ରେସ୍‌ ଏପ୍ରିଲ ୭ରୁ ରେଙ୍ଗାଲି ଓ ବାଗଡିହି ଷ୍ଟେସନ୍‌ଠାରେ ଆସନ୍ତା ୬ ମାସ ପାଇଁ ରହଣି କରିବ। ଏପ୍ରିଲ ୪ରୁ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ବାମରାଠାରେ ଛଅ ମାସ ପାଇଁ ପରୀକ୍ଷାମୂଳକ ଭିତ୍ତିରେ ରହଣି କରିବ। ଏପ୍ରିଲ ୭ରୁ ଇସ୍ପାତ ଏକ୍ସପ୍ରେସ୍‌ ଓ ଧନବାଦ୍-ଆଲାପୁଜା ଏକ୍ସପ୍ରେସ୍ ଆସନ୍ତା ୬ ମାସ ପାଇଁ ରେଙ୍ଗାଲିରେ ରହଣି କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର