ଘଡ଼ଘଡ଼ିରେ ପୋଡ଼ିଗଲା ବିଏମ୍‌ସିର ୪୦ ନୂଆ କମ୍ପ୍ୟୁଟର୍‌

ଭୁବନେଶ୍ବର: ବିଏମ୍‌ସିରେ ଇ-ଅଫିସ୍‌ ବ୍ୟବସ୍ଥା ଆରମ୍ଭ କରିବାକୁ ୪୭ଟି ନୂଆ କମ୍ପ୍ୟୁଟର ଲାଗିଥିଲା। କିନ୍ତୁ ସୋମବାର ଜୋର୍‌ରେ ଘଡ଼ଘଡ଼ି ମାରିବାରୁ ପ୍ରାୟ ୪୦ଟି କମ୍ପ୍ୟୁଟର ପୋଡ଼ି ଯାଇଥିବା ଜାଣିବାକୁ ମିଳିଛି। ଏପରିକି ବିଏମ୍‌ସି ଅଫିସ୍‌ର ଇଣ୍ଟରନେଟ୍ ସଂଯୋଗ ବି କଟିଯାଇଛି। ବିଏମ୍‌ସି ଅଫିସରେ ପୁରୁଣା କମ୍ପ୍ୟୁଟରଗୁଡ଼ିକ ଠିକ୍ ଥିବାବେଳେ ନୂଆ କମ୍ପ୍ୟୁଟର କେମିତି ପୋଡ଼ିଲା ‌ତାହାକୁ ନେଇ ପ୍ରଶ୍ନ ଉଠିଛି। ସୂଚନାଯୋଗ୍ୟ ଯେ, ନିକଟରେ ପ୍ରାୟ ୬୮ଲକ୍ଷ ଟଙ୍କା ବ୍ୟୟରେ ବିଏମ୍‌ସି ଅଫିସ ପାଇଁ ୪୭ଟି ଡେସ୍କଟପ୍, ୬ଟି ଲାପଟପ୍ ଏବଂ ୪୫ଟି ପ୍ରିଣ୍ଟର କିଣାଯାଇଥିଲା। କିନ୍ତୁ ଏହାକୁ ଯୋଗାଇଥିବା ସଂସ୍ଥା ଏହାକୁ ସଂଯୋଗ ନକରି ଅର୍ଥ ନେଇ ଯାଇଥିଲା। ଏହାପରେ ବିଏମ୍‌ସି କର୍ମଚାରୀ ଯେନତେନ ଉପାୟରେ ଏହାକୁ ଲଗାଉଥିଲେ। ଏପରିକି କୌଣସି କମ୍ପ୍ୟୁଟରରେ ଆଣ୍ଟି ଭାଇରସ୍ ଲୋଡ୍‌ ହୋଇନଥିଲା। ଗୋଟିଏ କମ୍ପାନିର ସମସ୍ତ ସରଞ୍ଜାମ ଯୋଗାଇବାକୁ କୁହାଯାଇଥିବାବେଳେ ଭିନ୍ନ ଭିନ୍ନ ସଂସ୍ଥାର ସରଞ୍ଜାମ ଲଗା ଯାଇଥିଲା। ଏହି ନୂଆ କମ୍ପ୍ୟୁଟର ପୋଡ଼ିଯିବା ପଛରେ ଏହା କାରଣ ନୁହେଁ ତ ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର