ଭୁବନେଶ୍ୱର : ୪୦%କୁ ବଢ଼ିଲା ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର : ଗୋଟିଏ ଦିନର ବ୍ୟବଧାନରେ ରାଜଧାନୀରେ ସ୍ଥାନୀୟ ସଂକ୍ରମଣ ୪୦ ପ୍ରତିଶତକୁ ବୃଦ୍ଧି ପାଇଛି। ଗତକାଲି ସଂଖ୍ୟାରେ ଏହା ମାତ୍ର ୧୭ ପ୍ରତିଶତ ରହିଥିଲା। ଗତ ୨୪ଘଣ୍ଟାରେ ରାଜଧାନୀରୁ ୧୧୮ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ୪୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ୭୧ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ନୂଆପଲ୍ଲୀ ନୂଆସାହିରୁ ୬, ରିଜର୍ଭ ପୁଲିସ କଲୋନିରୁ ୭, ବଡ଼ଗଡ଼ରୁ ୫, ଏମ୍‌ସର ୨ ସୁରକ୍ଷା କର୍ମୀ, ୟୁନିଟ୍‌-୧ରୁ ୩, ସୂର୍ଯ୍ୟନଗର ୪, ଗଜପତି ନଗର ଓ ଭୀମପୁର ଅଞ୍ଚଳରୁ ୨ ସମେତ ଅନ୍ୟ ଅଞ୍ଚଳରୁ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ସ୍ଥାନୀୟ ସଂକ୍ରମିତ ଝାରପଡ଼ା, ବରମୁଣ୍ଡା, ଡୁମୁଡୁମା, ଚନ୍ଦ୍ରଶେଖରପୁର ବିଡିଏ କଲୋନି, ସହିଦନଗର ତାରିଣୀ ବସ୍ତି, କୋଳଥିଆ, ଘାଟିକିଆ, ଭରତପୁର, କପିଳ ପ୍ରସାଦ, ନାଗଶ୍ବେରଟାଙ୍ଗୀ, ଆଇଆରସି ଭିଲେଜ, ବାଣୀବିହାର କ୍ୟାମ୍ପସ୍, ଜୟଦେବ ବିହାର, ବଡ଼ଗଡ଼ ବ୍ରିଟ୍‌ କଲୋନି, ଭୀମଟାଙ୍ଗୀ ପୋଷ୍ଟ ଅଫିସ୍ ଲେନ୍ ଓ ଅନ୍ୟାନ୍ୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୭୨ ରହିଛି। ୯୦ଜଣ ରୋଗୀ ସୁସ୍ଥ ହେବା ଫଳରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୨୧୫୧ରେ ପହଞ୍ଚିଛି। ଏବେ ୧୩୦୧ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି। ୧୮ଜଣଙ୍କର ଏ ପର୍ଯ୍ୟନ୍ତ କରୋନାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର