ଭୁବନେଶ୍ବର: ସ୍ବେଚ୍ଛାସେବୀ ଅନୁଷ୍ଠାନ ବାବା ଆଖଣ୍ଡଳମଣି ଯୁବକ ସଂଘ ପକ୍ଷରୁ ଭିଏସଏସ୍ ନଗରସ୍ଥିତ ଦୁର୍ଗାପୂଜା ମଣ୍ଡପଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ୬୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ପୁଲିସ କମିସନରେଟ୍ ରେଡକ୍ରସ୍ ଓ ସମ୍ବାଦ-ଆମ ଓଡ଼ିଶାର ସହାୟତାରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ପୁଲିସ କମିସନର ତଥା ରେଡକ୍ରସ ଆଞ୍ଚଳିକ ଶାଖାର ଅଧ୍ୟକ୍ଷ ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟଅତିଥି ଭାବେ ଯୋଗଦାନ କରି ସମସ୍ତ ରକ୍ତଦାତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ।
ପୁଲିସ କମିସନରେଟ୍ ରେଡକ୍ରସର ଯୁଗ୍ମ ସମ୍ପାଦକ ଏସିପି ଲଳିତେନ୍ଦୁ ମହାନ୍ତି ମଧ୍ୟ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଭିଏସଏସ୍ ନଗର ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ତଥା ପୁଲିସ କମିସନରେଟ୍ ରେଡକ୍ରସର କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଦିଲ୍ଲୀପ ଦାଶଶର୍ମା, ବାବା ଆଖଣ୍ଡଳମଣି ଯୁବକ ସଂଘର ସାଧାରଣ ସଂପାଦକ ସଂଜୟ କୁମାର ସ୍ବାଇଁ ଓ ରେଡକ୍ରସର ଆଜୀବନ ସଦସ୍ୟ ସମରଞ୍ଜନ ମହାନ୍ତି ଶିବିର ପରିଚାଳନା କରିଥିଲେ। ସଂଘର ସଭାପତି ବରୁଣ ସାହୁ, କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ମନୋଜ କୁମାର ସାହୁ, ଜିତେନ୍ଦ୍ର ହାଁସଦା, ନିରଞ୍ଜନ ବେହେରା, ସୁଶାନ୍ତ କୁମାର ସାହୁ, ସୁସମ୍ବିତ ସ୍ବାଇଁ, ଜ୍ଞାନରଞ୍ଜନ ବେହେରା, ବିଶ୍ବଜିତ ବେହେରା, ସମ୍ବିତ ବେହେରା, ଦେବାଶିଷ ଜେନା, ସତ୍ୟସୁରୢ ପାଳ ଓ ମୋହନ ରାଓ ଶିବିର ପରିଚାଳନାରେ ସହାୟତା କରିଥିଲେ।
ଉନ୍ନୟନ ପରିଷଦର ଉପସଭାପତି ଡ. ଜୟନ୍ତ ପରିଡ଼ା, ଦୁର୍ଗାପୂଜା କିମିଟିର ଯୁଗ୍ମ ସଂପାଦକ ନବୀନ କିଶୋର ଭୁକ୍ତା ଓ ରାମଚନ୍ଦ୍ର ସାମଲ, ଇଂ. ନଳିନୀ କୁମାର ମହାନ୍ତି, ଧୀରେନ୍ଦ୍ର କୁମାର ମହାନ୍ତି ଓ ନିତ୍ୟରଞ୍ଜନ ନନ୍ଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ଯୁବକ ସଂଘ ତରଫରୁ ପୁଲିସ କମିସନର ଶ୍ରୀ ପ୍ରିୟଦର୍ଶୀ, ଏସିପି ଶ୍ରୀ ମହାନ୍ତି, କ୍ୟାପିଟାଲ ରକ୍ତଭଣ୍ଡାର ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ମିଶ୍ର, ଦୁର୍ଗାପୂଜା ସମିତି ସଭାପତି ଆର୍ତ୍ତତ୍ରାଣ ଦଳାଇ, ସାଧାରଣ ସଂପାଦକ ଶୀତଳଚନ୍ଦ୍ର ମହାନ୍ତି, ଯୁଗ୍ମ ସଂପାଦକ ମହେଶ୍ବର ବିଶ୍ବାଳ, ହାଟ କମିଟିର ସଭାପତି ଲକ୍ଷ୍ମଣ ସାହୁ, ସଂପାଦକ ମନୋରଞ୍ଜନ ସାହୁ, ସମାଜସେବୀ ଗଗନ ବିହାରୀ ଓ ପ୍ରସନ୍ନ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।