ଭୁବନେଶ୍ବର : ଆସନ୍ତା ୨୪ ତାରିଖରେ ହେବାକୁ ଥିବା ବିଏମ୍ସି ନିର୍ବାଚନ ପାଇଁ ଆଜି ଇଭିଏମ୍ କମିସନିଂ ଆରମ୍ଭ ହୋଇଛି। ବିଭିନ୍ନ ରାଜନୈତିକ ଦଳମାନଙ୍କର ପ୍ରତିନିଧିଙ୍କ ଉପସ୍ଥିତିରେ ବିଜେବି କଲେଜ୍ରେ ଥିବା ଷ୍ଟ୍ରଙ୍ଗ୍ରୁମ୍ରେ ଏହି କମିସନିଂ ଚାଲିଛି। ପ୍ରଥମ ଦିନରେ ୪ଶହ ମେସିନ୍ କମିସନିଂ ହୋଇଛି। ୧୭୬୩ ଟି ବାଲାଟ ୟୁନିଟ୍ ଓ ୧୭୬୩ ଟି କଣ୍ଟ୍ରୋଲ ୟୁନିଟ୍ର ଏଭଳି ୧୭୬୩ଟି ଇଭିଏମ୍ର କମିସନିଂ ହେବ। ଏହା ପରେ ପରୀକ୍ଷା ମୂଳକ ଭାବରେ ଭୋଟିଂ କରାଯାଇ ମକ୍ ଡ୍ରିଲ୍ ହେବ।
ବିଏମ୍ସି ନିର୍ବାଚନ ପାଇଁ ପ୍ରଥମ ଦିନରେ ୪ଶହ ଇଭିଏମ୍ କମିସନିଂ ହେଲା
/sambad/media/post_attachments/wp-content/uploads/2021/03/EVM-642x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)