ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଘୋଷଣାକ୍ରମେ ବିଏମ୍ସି ପକ୍ଷରୁ ବୁଧବାରଠାରୁ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଥିରେ ବିଏମ୍ସିର ୬୭ଟି ୱାର୍ଡରେ ଥିବା ୫୭୦୬୯ଜଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏନେଇ ବିଏମ୍ସି ଜୋନାଲ ଡେପୁଟି କମିସନର୍ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ବସ୍ତି ଅଞ୍ଚଳରେ ନିର୍ମାଣ ଶ୍ରମିକଙ୍କ ଆକାଉଣ୍ଟରେ ଟଙ୍କା ଦେବାର ସମସ୍ୟା ଥିବ, ସେମାନଙ୍କୁ ବିଏମ୍ସି ଅଧିକାରୀ ହାତାହାତି ଟଙ୍କା ଦେଇପାରିବେ। ଜୋନାଲ ଡେପୁଟି କମିସନର୍ମାନେ ନିଷ୍ପତ୍ତି ନେବେ, ସେମାନଙ୍କ ଅଞ୍ଚଳରେ କାହାକୁ କିପରି ସହାୟତା ରାଶି ପ୍ରଦାନ କରିବେ। ସହାୟତା ଅର୍ଥ ବଣ୍ଟନରେ ଯେପରି ସ୍ବଚ୍ଛତା ରହିବ, ତାହାକୁ ଧ୍ୟାନ ଦେବାକୁ କୁହାଯାଇଛି। ସେହିପରି ବୁଧବାର ସାଲିଆ ସାହିର ୪ଟି ୱାର୍ଡରେ ଥିବା ୧୫୦୦ଜଣ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ଟଙ୍କା ବଣ୍ଟନ ସମୟରେ ଯେପରି ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ, ତାହାକୁ ଗୁରୁତ୍ବ ଦେବାକୁ କୁହାଯାଇଛି। ଏହାବ୍ୟତୀତ କୁହାଯାଇଛି ଯେ ଅପରାହ୍ଣ ୧ଟାରୁ ୩ଟା ପର୍ଯ୍ୟନ୍ତ ପ୍ରବଳ ଖରା ହେଉଥିବାରୁ ଏହି ସମୟରେ ଟଙ୍କା ବଣ୍ଟନ ହେବ ନାହିଁ।
୫୭ ହଜାର ନିର୍ମାଣ ଶ୍ରମିକଙ୍କୁ ମିଳିବ ୧୫୦୦ ଟଙ୍କା
/sambad/media/post_attachments/wp-content/uploads/2020/04/workers-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)