ଭୁବନେଶ୍ବର: କ୍ରେଡିଟ୍ କାର୍ଡ ଚାଲୁ କରିବା ନାଁରେ ଆଜି ଜଣେ ଯୁବକଙ୍କଠାରୁ ୪୦ ହଜାର ଟଙ୍କା ଲୁଟି ନେଇଛି ସାଇବର୍ ଠକ। ଠକେଇର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ ହେଲେ ମଞ୍ଚେଶ୍ବର ଗାଡ଼କଣ ଅଞ୍ଚଳର ଯୁବକ ଶିବ ନାରାୟଣ ପ୍ରଧାନ। ଏନେଇ ସେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି। ଶିବଙ୍କ ଅଭିଯୋଗ ଅନୁଯାୟୀ, ଏକ ବ୍ୟାଙ୍କିଙ୍ଗ ସଂସ୍ଥାର କ୍ରେଡିଟ୍ କାର୍ଡ ପାଇଁ ସେ ଆବେଦନ କରିଥିଲେ। କାର୍ଡଟି ପୋଷ୍ଟ ଜରିଆରେ ତାଙ୍କ ନିକଟରେ ପହଞ୍ଚିଥିଲେ ହେଁ ତାହା ସଚଳ ହୋଇନଥିଲା। ତେବେ ଆଜି ତାଙ୍କ ନିକଟକୁ ଏକ ଅଜଣା ନମ୍ବର କଲ୍ ଆସିଥିଲା। ନିଜକୁ ସମ୍ପୃକ୍ତ ବ୍ୟାଙ୍କର ଅଧିକାରୀ ପରିଚୟ ଦେଇ ଦୁର୍ବୃତ୍ତଜଣଙ୍କ ତାଙ୍କୁ କ୍ରେଡିଟ୍ କାର୍ଡ ସଚଳ କରାଇବା ପାଇଁ ଏକ ଆପ୍ ଡାଉନ୍ଲୋଡ୍ କରିବାକୁ ପରାମର୍ଶ ଦେଇଥିଲା। ଏଥିପାଇଁ ସେ ଏକ ଲିଙ୍କ୍ ଶିବଙ୍କ ମୋବାଇଲ୍କୁ ପଠାଇଥିଲା। ପରେ ମୋବାଇଲ ଫୋନକୁ ଯେଉଁ ଓଟିପି ଯାଇଥିବ, ତାହାକୁ ଦେବା ପାଇଁ ଦୁର୍ବୃତ୍ତଜଣଙ୍କ କହିଥିଲା। ଶିବ ଓଟିପି ଦେବା ପରେ ତାଙ୍କ କ୍ରେଡିଟ୍ କାର୍ଡରୁ ୪୦ ହଜାର ଟଙ୍କା କଟି ଯାଇଥିବା ମେସେଜ୍ ଆସିଥିଲା।
କ୍ରେଡିଟ୍ କାର୍ଡ ଚାଲୁ କରିବା ନାଁରେ ୪୦ ହଜାର ଠକେଇ
/sambad/media/post_attachments/wp-content/uploads/2021/02/cyber-fraud.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)