୪୦କୋଟିର ପ୍ରକଳ୍ପ ଉଦ୍‌ଘାଟନ, ଶିଳାନ୍ୟାସ, ଶିଳାନ୍ୟାସ, ବିଏମ୍‌ସିର ସ୍ବାୟତ୍ତ ଶାସନ ଦିବସ ଭେଟି

ଭୁବନେଶ୍ବର: ଅଗଷ୍ଟ ୩୧ରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ସ୍ବାୟତ୍ତ ଶାସନ ଦିବସ ପାଳନ କରିବ। ଏହି ଉପଲକ୍ଷେ ରାଜଧାନୀବାସୀଙ୍କୁ ପ୍ରାୟ ୪୦କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବାକୁ ଯୋଜନା କରିଛି ବିଏମ୍‌ସି। ଏଥିରେ ୬୭ଟି ୱାର୍ଡ ପାଇଁ ୪୦ କମ୍ପୋଷ୍ଟ ପ୍ଲାଣ୍ଟର ଶିଳାନ୍ୟାସ ହେବାକୁ ଥିବା ବେଳେ ନୂଆ କରି ନିର୍ମାଣ ହୋଇଥିବା ୧୫ଟି ପାର୍କର ଉଦ୍‌ଘାଟନ ହେବ। ଏହାସହ ୬୭ଟି ଯାକ ୱାର୍ଡରେ ୬୭ଟି ୱାର୍ଡ ଅଫିସ ନିର୍ମାଣ ହୋଇଥିବା ବେଳେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ସହିଦନଗରରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ନିର୍ମାଣ ହୋଇଥିବା ସମନ୍ବିତ ଜନସେବା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ସହ ଏଠାରୁ ହିଁ ପ୍ରତି ୱାର୍ଡରେ ୱାର୍ଡ ଅଫିସ୍ ପ୍ରକଳ୍ପକୁ ଉଦ୍‌ଘାଟନ କରିବେ।

ଏହାବାଦ୍ ମୁଖ୍ୟମନ୍ତ୍ରୀ ୫କୋଟି ଟଙ୍କାର ଡ୍ରେନ୍ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଥିବାବେଳେ ଭୁବନେଶ୍ବରର ତିନି ବିଧାୟକ ସେମାନଙ୍କ ଅଞ୍ଚଳରେ ୨କୋଟି ୨୩ଲକ୍ଷ ଟଙ୍କାର ଡ୍ରେନ୍ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି। ୱାର୍ଡ ୪୪ରେ ଚାରିଛକରୁ ଗଙ୍ଗୁଆ ନାଳ ପର୍ଯ୍ୟନ୍ତ ହେବାକୁ ଥିବା କଙ୍କ୍ରିଟ ଡ୍ରେନ୍ ପାଇଁ ୩କୋଟି ୩୩ଲକ୍ଷ ୩୫ହଜାର ୨୨୮ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି। ସେହିପରି ନିଳାଦ୍ରୀ ବିହାର ଫାୟାର ଷ୍ଟେସନରୁ ମୁଖ୍ୟ ଡ୍ରେନ୍ -୧ ପର୍ଯ୍ୟନ୍ତ ଆର୍‌ସିସି ଡ୍ରେନ୍ ନିର୍ମାଣ ପାଇଁ ୧କୋଟି ୭୦ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ହୋଇଛି। ଏହି ଦୁଇଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ।

ସେହିପରି ୱାର୍ଡ-୫୦ରେ ପାଇକନଗର ଦ୍ବିତୀୟ ଲେନ୍‌ରେ ଡ୍ରେନ୍ ନିର୍ମାଣ ପାଇଁ ୯ଲକ୍ଷ ୬୮ହଜାର ୭୬୦ଟଙ୍କା, ୱାର୍ଡ ୧୨ର ଲେନ୍‌ ୩ରେ ଡ୍ରେନ୍ ନିର୍ମାଣ ଓ ମରାମତି ପାଇଁ ୩ଲକ୍ଷ ୯୪ ହଜାର ୧୧୧ଟଙ୍କା, ୱାର୍ଡ ୧୨ରେ ମୁଖ୍ୟ ଡ୍ରେନ୍ ୩ରେ ସ୍ଲାବ୍ ପକାଇବା ପାଇଁ ୧୩ଲକ୍ଷ ୮୮ହଜାର ୭୨୧ଟଙ୍କା, ୱାର୍ଡ-୧୨ରେ ସାଇ ଏନକ୍ଲେଭ୍‌ରୁ ମୁଖ୍ୟ ଡ୍ରେନ୍ ୩କୁ ସଂଯୋଗ କରି ଡ୍ରେନ୍ ନିର୍ମାଣ ପାଇଁ ୩୭ଲକ୍ଷ ୮୯ହଜାର ୯୬୨ଟଙ୍କା, ୱାର୍ଡ ୬୩ର ସିଦ୍ଧିବିହାରରେ ଡ୍ରେନ୍ ପାଇଁ ୨୦ଲକ୍ଷ ୩୫ହଜାର ୭୧୪ଟଙ୍କା, ୱାର୍ଡ ୨୨ରେ ଡ୍ରେନ୍, କଲଭର୍ଟ ଏବଂ ସ୍ଲାବ୍ ପକାଇବା ପାଇଁ ୮ଲକ୍ଷ ୫୭ହଜାର ୧୪୧ଟଙ୍କା, ୱାର୍ଡ ୨୪ରେ ଡ୍ରେନ୍ ପାଇଁ ୧୫ଲକ୍ଷ ୯୬ହଜାର ୪୨୭ଟଙ୍କା, ୱାର୍ଡ ୫୫ରେ ଡ୍ରେନ୍ ପାଇଁ ୮୫ଲକ୍ଷ ୬୪ହଜାର ୪୪୪ଟଙ୍କା, ୱାର୍ଡ ୬୦ରେ ଡ୍ରେନ୍ ପୁନରୁଦ୍ଧାର ପାଇଁ ୨୭ଲକ୍ଷ ୬୧ହଜାର ୫୯୦ଟଙ୍କା ଖର୍ଚ୍ଚ ଆକଳନ ହୋଇଛି। ଏହି ସବୁ ପ୍ରକଳ୍ପକୁ ସ୍ଥାନୀୟ ବିଧାୟକମାନେ ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର