ଖଣ୍ଡଗିରି : ବୁଧବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥରୁ ତମାଣ୍ଡୋ ଥାନା ପୁଲିସ ୩ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାଗଡ଼ ଜିଲ୍ଲା ଇଟାମାଟି ତନ୍ତୀ ସାହିର ସଂଜୟ ମହାପାତ୍ର ଓରଫ୍ ଦୋରା(୨୪), ଇଟାମାଟି ମହାନ୍ତି ସାହିର ଶିବ ପ୍ରଧାନ(୪୨) ଓ ନୟାଗଡ଼ ତୁଳସୀପୁରର ସୁଶାନ୍ତ ପ୍ରଧାନ ଓରଫ୍ ସୁଶା(୨୨)। ପୁଲିସ ସେମାନଙ୍କ ନିକଟରୁ ଏକ କାର୍(ଓଆର୍୦୨ଏୱାଇ-୧୦୪୨) ଓ ୪୦ କେଜି ଗଞ୍ଜେଇ ଜବତ କରିଛି। ଜବତ ମାଲ୍ର ବଜାର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ପୁଲିସ ସୂଚନାନୁସାରେ ସବୁଥର ଭଳି ଅଭିଯୁକ୍ତମାନେ କନ୍ଧମାଳରୁ ଗଞ୍ଜେଇ ନେଇ ରାଜଧାନୀ ଆସୁଥିଲେ। ରାତି ପ୍ରାୟ ୧୦ଟା ବେଳେ ସେମାନେ ତମାଣ୍ଡୋସ୍ଥିତ ଏକ କାର୍ ସୋ’ରୁମ୍ ନିକଟରେ ଅଟକିଥିଲେ। ବିଶେଷ ସୂତ୍ରରୁ ଖବର ପାଇ ତମାଣ୍ଡୋ ଥାନା ଆଇଆଇସି ଓ ତାଙ୍କ ଟିମ୍ ସେଠାରେ ଚଢ଼ଉ କରିଥିଲେ।
୪୦ କେଜି ଗଞ୍ଜେଇ ଜବତ, ୩ ଗିରଫ
/sambad/media/post_attachments/wp-content/uploads/2019/10/ganja-f.jpg)