୪୬ଜଣଙ୍କୁ ଶାନ୍ତି ସେବା ସମ୍ମାନ

ଭୁବନେଶ୍ବର : ଶାନ୍ତି ଫାଉଣ୍ଡେସନ୍‌ର ୧୧ତମ ବାର୍ଷିକ ଉତ୍ସବ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମାଜସେବୀ ସସ୍ମିତା ଦାସ, ଇନ୍ଦିରା ଦାଶ, ମନସ୍ମିତା ଜେନା, ପ୍ରତାପ କୁମାର ପଲାଇ, ପବିତ୍ର ମୋହନ ବେହେରା, ଅଶୋକ ମହପାତ୍ର ଓ ଶାନ୍ତି ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ଶାନ୍ତିଲତା ପଣ୍ଡା ଉପସ୍ଥିତ ଥି‌ଲେ। ଅନୁଷ୍ଠାନର ସଂପାଦକ ସଂଜୟ ପରିଡ଼ା ବିବରଣୀ ପାଠ କରିଥିଲେ। ଏହି ଅବସରରେ ୪୬ଜଣଙ୍କୁ ଶାନ୍ତି ସେବା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ୪୦ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା। ସମାଜସେବୀ ମହାସଂଘର ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝା ସଭା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର