ଧଉଳି: ଧଉଳି ଥାନା ପୁଲିସ ଆଜି ଚୋରା ଗେଞ୍ଜେଇ କାରବାର ମାମଲାରେ ୩ ଆନ୍ତଃଜିଲ୍ଲା ଗଞ୍ଜେଇ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବେପାରୀମାନେ ହେଲେ ପୁରୀ ଜିଲ୍ଲା ଗୋପ ଥାନା ଅଧୀନ ବାଲିକନ୍ଦଳ ମଲ୍ଲିକ ସାହିର ଦୀପକ କୁମାର ମଲ୍ଲିକ(୩୦), ଉକ୍ତ ଥାନା ଅଞ୍ଚଳର ରମେଶ କୁମାର ଜେନା(୩୪) ଏବଂ ରାୟଗଡ଼ା ଜିଲ୍ଲା ଆର୍ଏମ୍ସି ରୋଡ ଗାନ୍ଧୀନଗର ଥାନା ଅଞ୍ଚଳର କାହ୍ନା ମହାକୁଡ଼(୩୨)। ଏନେଇ ଧଉଳି ଥାନାରେ ଏକ ମାମଲା ରୁଜୁ ହୋଇଛି। ତେବେ କୋର୍ଟରେ ଜାମିନ ଖାରଜ ହୋଇଯିବାରୁ ସମସ୍ତଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି।
ଏହାସହିତ ପୁଲିସ କାର ଡିକିରୁ ୪୨ କିଲୋ ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୬ ହଜାର ୮୦୦ ଟଙ୍କା ହେବ ବୋଲି ପୁଲିସ କହିଛି। ଏସିପି ଅନିରୁଦ୍ଧ ରାଉତରାୟଙ୍କ ସୂଚନା ଅନୁସାରେ ଗତକାଲି ମଧ୍ୟାହ୍ନ ସମୟରେ ଧଉଳି ଥାନା ପୁଲିସକୁ ଦୟାନଦୀବନ୍ଧ ରାସ୍ତାରେ ଏକ କାର୍ରେ ଚୋରା ଗଞ୍ଜେଇ ଧଉଳି ଅଞ୍ଚଳକୁ ଆସୁଥିବା ନେଇ କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା। ଏସଆଇ ପିକେ ଜେନାଙ୍କ ତତ୍ବାବଧାନରେ ପୁଲିସ ଟିମ୍ ଦିନ ୧୨ଟା ସମୟରେ ଦୟା ନଦୀବନ୍ଧ ଲିଙ୍ଗିପୁର ରାସ୍ତାରେ ଜଗି ରହିଥିଲେ। କାର ଆଶୀର୍ବାଦ ରିସର୍ଟ ନିକଟରେ ପହଞ୍ଚିବା କ୍ଷଣି ପୁଲିସ ସେମାନଙ୍କୁ କାବୁ କରିଥିଲା। ଗଞ୍ଜେଇ ବେପାର ଚେର ରାୟଗଡ଼ା ଜିଲ୍ଲାରୁ ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳକୁ ଲମ୍ବିଥିବା ପୁଲିସ ଜାଣିବାକୁ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/41-12.jpg)