ରାଜଧାନୀରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ୪୨୧ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି । ଆଜି ପୁଣି ଥରେ ୩୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ମୋଟ ୪୨୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏପର୍ଯ୍ୟନ୍ତ ମୋଟ ୪୯୦୧ଟି ଘର ଏବଂ ୨୦ ହଜାର ୩୫୦ ଲୋକଙ୍କ ନମୁନା ସଂଗ୍ରହ କରାଯାଇଛି ।

ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୯୧ କ୍ୟୁମୁଲେଟିଭ୍ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବିଶେଷ କରି ଭୁବନେଶ୍ୱରର ନର୍ଥ ଜୋନ୍ ରେ ମୋଟ ୫୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ୱାର୍ଡ ନମ୍ବର ୧୪, ୧୭, ୭ ଓ ୪୨ରେ ବେଶୀ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଡେଙ୍ଗୁ ରୋଗୀ ମୃତ୍ୟୁ ଖବର ପରେ ବୋଲି ବିଏମସିର ଟିମ୍ ତାଙ୍କ ଘରକୁ ଯାଇଛି।

ସମ୍ବନ୍ଧିତ ଖବର