ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୪୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୯୧ ଜଣ ସଂଗରୋଧ ଓ ବାକି ୨୩୬ ଜଣ ସ୍ଥାନୀୟ ଅଂଚଳରୁ ବୋଲି ଜଣାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି । ଆଜି ଭୁବନେଶ୍ୱରରୁ ୪୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି ।
ସୂଚନାଯୋଗ୍ୟ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୪୯୨ରେ ପହଂଚିଥିବା ବେଳେ ଏଥିରୁ ୯ ହଜାର ୩୫୦ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ୫ ହଜାର ୭୭ ଜଣଙ୍କର ଚିକିତ୍ସା ଏବେ ବି ଜାରିଥିବା ବେଳେ ୫୨ ଜଣ କରୋନା ଭାଇରସ ଯୋଗୁଁ ପ୍ରାଣ ହରାଇଛନ୍ତି ।
/sambad/media/post_attachments/wp-content/uploads/2020/09/bbsr-2-708x1024.jpg)
ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସଂଗରୋଧରୁ ପଜିଟିଭ ଚିହ୍ନଟ ସମସ୍ତ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ସତ୍ୟନଗରରୁ ୮ ଜଣ, ସାଲିଆ ସାହିରୁ ୭ ଜଣ, ଏକ ଘରୋଇ ହସ୍ପିଟାଲରୁ ୫ ଜଣ, ବରମୁଣ୍ଡାରୁ ୪ ଜଣ, ପୁରୁଣା ଭୁବନେଶ୍ୱରରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
/sambad/media/post_attachments/wp-content/uploads/2020/09/bbsr1-2-598x1024.jpg)
ଫରେଷ୍ଟ ପାର୍କ ଅଚଂଳ, ଶୈଳଶ୍ରୀ ବିହାର ଅଂଚଳରୁ ୮-୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭ ଜଣ ପୁଲିସ କର୍ମଚାରୀ, ଖଣ୍ଡଗିରି ବାଡ଼ିରୁ ୬ ଜଣ, ଖଣ୍ଡଗିରିରୁ ୫ ଜଣଙ୍କ ସମେତ ସ୍ଥାନୀୟ ଅଂଚଳରୁ ଆଜି ୨୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
/sambad/media/post_attachments/wp-content/uploads/2020/09/bbsr2-1-598x1024.jpg)
ଆଜି ଭୁବନେଶ୍ୱରରୁ ମୋଟ ୪୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ନୟାପଲ୍ଲୀରୁ ୨୨ ଜଣ, ୟୁନିଟ-୮ ସ୍କୁଲ ନିକଟରୁ ୧୬ ଜଣ, ସହିଦନଗରରୁ ୧୨ ଜଣ, ଝାରପଡ଼ା ସ୍କୁଲ ଅଂଚଳରୁ ୯ ଜଣ, ଆଇଗଣିଆରୁ ୮ ଜଣ, ୟୁନିଟ-୧ରୁ ୮ ଜଣ ବ୍ୟାଙ୍କ କର୍ମଚାରୀ ସୁସ୍ଥ ହୋଇ ଘରକୁ ଯାଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/0a577238-0596-4dcc-b0a3-e38af052756d.jpg)