ଭୁବନେଶ୍ବର: ରାଜାଧାନୀ ଭୁବନେଶ୍ବରରେ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଶିକ୍ଷକଙ୍କୁ କରୋନା ଟିକା ଦିଆଯିବ ଟିକା। ବିଭିନ୍ନ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ବଢୁଥିବା କରୋନା ସଂକ୍ରମଣକୁ ଧ୍ୟାନ ଦେଇ ଏହି ପଦକ୍ଷେପ ନିଆଯାଇଛି। ଟିକାକରଣ ନେଇ ଭୁବନେଶ୍ବର ମହାନଗର ନିଗମର କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଏମ୍ସି କମିସନର କହିଛନ୍ତି ଯେ, କରୋନା ଭାଇରସ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଟେଷ୍ଟିଂ କରାଯାଉଛି। ଏପ୍ରିଲ ୧ରୁ ଟିକାକରଣ କରାଯିବ। ରାଜ୍ୟ ସରକାରଙ୍କ ତରଫରୁ ଦୈନିକ ୬ ହଜାର ଟେଷ୍ଟିଂ ଭୁବନେଶ୍ୱରରେ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଆମେ ୫ଟି ବିଭାଗ ଉପରେ ଅଧିକ ଗୁରୁତ୍ୱ ଦେଉଛୁ। ଷ୍ଟ୍ରିଟ୍ ଭେଣ୍ଡର, ସପିଂ ମଲର କର୍ମଚାରୀ, ରେଷ୍ଟୁରାଣ୍ଟର କର୍ମଚାରୀ, ୪୫ରୁ ଅଧିକ ବୟସର ଶିକ୍ଷକ ଏବଂ ଶିକ୍ଷୟତ୍ରୀ, ଇଲେକ୍ଟ୍ରି ସପ୍ଳାଏରଙ୍କୁ ନେଇ ଆମେ ପାଖାପାଖି ୨୦ ହଜାରରୁ ଅଧିକ ଲୋକଙ୍କ ଏକ ତାଲିକା କରିଛୁ। ଆମର ଲକ୍ଷ୍ୟ ବର୍ତ୍ତମାନ ୧ ରୁ ୨ ମାସ ଭିତରେ ସମସ୍ତଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରିବା।
ବାଲାଜୀ ଆପାର୍ଟମେଣ୍ଟରୁ ୩ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାିଇଛି। ସେଠାରେ ଗୋଟିଏ ଟେଷ୍ଟିଂ ଡେକ୍ସ କରାଯିବ। ସେହିଭଳି ଓଡିଏମ ସ୍କୁଲରୁ ମଧ୍ୟ ୩ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ମଧ୍ୟ କଣ୍ଟାକ୍ଟ ଟ୍ରେସିଂ ଜାରି ରିହିଛି। ଏପର୍ଯ୍ୟନ୍ତ ଭୁବନେଶ୍ୱରର ୨ ରୁ ୩ ଯାଗାକୁ ସିଲ୍ କରିଛୁ ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି।