ବିମାନବନ୍ଦର ସମ୍ପ୍ରସାରଣ ପାଇଁ ଭାଙ୍ଗିଲା ୪୭ ବସ୍ତି ଘର

ଖଣ୍ଡଗିରି: ବିଜୁ ପଟ୍ଟନାୟକ ଅନ୍ତର୍ଜା‌ତୀୟ ବିମାନବନ୍ଦର ସମ୍ପ୍ରସାରଣ ପାଇଁ ସ୍ଥାନୀୟ ଗଣ୍ଡମୁଣ୍ଡା ବସ୍ତିରେ ମଙ୍ଗଳବାର ୪୭ଟି ଘର ଭଙ୍ଗା ଯାଇଛି। ବିଡିଏ ଓ ବିଏମ୍‌ସି ମିଳିତ ଭାବେ କରିଥିବା ଏହି ଉଚ୍ଛେଦ ଯୋଗୁଁ ପ୍ରାୟ ୩୦ ହଜାର ବର୍ଗଫୁଟ୍‌ ଜମି ଖାଲି ହୋଇଛି। ପୂର୍ବରୁ ବସ୍ତିବାସିନ୍ଦାମାନଙ୍କୁ ନୋଟିସ୍ କରାଯାଇଥିଲା ଓ ବିଏମ୍‌ସି ପକ୍ଷରୁ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବାରୁ ଏହି ଉଚ୍ଛେଦ ବେଳେ କୌଣସି ପ୍ରକାର ଗଣ୍ଡଗୋଳ ଉପୁଜିନଥିଲା। ତଥାପି ଗଣ୍ଡଗୋଳ ଆଶଙ୍କାରେ ଜୋନ୍‌-୩ ଏସିପି ୧ ପ୍ଲାଟୁନ୍‌ ପୁଲିସ ବଳ ଓ ୧ ସେକ୍ସନ ମହିଳା ପୁଲିସ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ବିଡିଏ ପକ୍ଷରୁ ଅଧିକାରୀ ପ୍ରମୋଦ କୁମାର ପାତ୍ର, ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କ ସହ ବିଏମ୍‌ସିର ଅଧିକାରୀ ଓ ପୁଲିସ ଏସିପି ପ୍ରାଣବନ୍ଧୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷେ ଜମି ଅଧିଗ୍ରହଣରେ ଘର ହରାଇଥିବା କାରଣରୁ କ୍ଷତିପୂରଣ ପାଇ ସାରିଥିବା କିଛି ବ୍ୟକ୍ତି ଘର ଖାଲି କରିନଥିଲେ। ଆଜି ସେଭଳି କିଛି ବଡ଼ବଡ଼ କୋଠା ଘରକୁ ମଧ୍ୟ ଭାଙ୍ଗି ଦିଆଯାଇଛି।

ସମ୍ବନ୍ଧିତ ଖବର