ଭୁବନେଶ୍ବର: କରୋନା ଭାଇରସ ନେଇ ଭୁବନେଶ୍ବରବାସୀଙ୍କୁ ଆଜି ସାମାନ୍ୟ ଆଶ୍ବସ୍ତିକର ଖବର ମିଳିଛି। ଗତକାଲିର ତୁଳନାରେ ଆଜି ୧୦୫ ଜଣ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି। ରାଜଧାନୀ ଭୁବନେଶ୍ବରରୁ ଆଜି ୪୭୬ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୮୮ ଓ ସ୍ଥାନୀୟ ଅଚଂଳରୁ ୩୮୮ ସଂକ୍ରମିତ ଅଛନ୍ତି। ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୁବନେଶ୍ବରରେ ଏପର୍ଯ୍ୟନ୍ତ ୩୭ ହଜାର ୨୦୪ ଜଣ ଆକ୍ରାନ୍ତ ହୋଇସାରିଛନ୍ତି। ସୂଚନାଯୋଗ୍ୟ ଭୁବନେଶ୍ବରରେ ଗତକାଲି ୫୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
/sambad/media/post_attachments/wp-content/uploads/2021/04/Ezf4IfYVcAQGrDl-1024x942.jpg)
ବିଏମ୍ସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି କରୋନାରୁ ସୁସ୍ଥ ହେଲେ ୧୪୦ ଜଣ ଆକାନ୍ତ। ଏଥି ସହିତ କୋଭିଡ-୧୯ରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୩୪୮କୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ଏବେ ୩ ହଜାର ୫୮୫ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୫୦ ହୋଇଛି।
/sambad/media/post_attachments/wp-content/uploads/2021/04/Ezf4JbcVkAYvPHT-757x1024.jpg)
ପୁରୁଣା ଭୁବନେଶ୍ବରରୁ ଆଜି ୩୩ ଜଣ, ନୟାପଲ୍ଲୀରୁ ୨୫ ଜଣ, ପଟିଆରୁ ୨୩ ଜଣ, ଚନ୍ଦ୍ରଶେଖରପୁରରୁ ୨୧ ଜଣ, ଖଣ୍ଡଗିରି, ନୟାପଲ୍ଲୀରୁ ୧୮-୧୮ ଜଣ, ଲକ୍ଷ୍ମୀସାଗରରୁ ୧୭ ଜଣ ଓ ଝାରପଡ଼ାରୁ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/bbsr.jpg)