ଭୁବନେଶ୍ୱରରେ କରୋନା: ଆଜି ୪୮୦ ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୬୪୨ ଆକ୍ରାନ୍ତ

ସ୍ଥାନୀୟ ସଂକ୍ରମଣ ୨୯୮ ଜଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୪୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ସରକାରୀ ସଂଗରୋଧରୁ ୧୮୨ ଜଣ ଥିବା ବେଳେ ଅନ୍ୟ ୨୯୮ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସହିଦ ନଗରରୁ ଆଜି ସଂଗରୋଧରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ । ସହିଦ ନଗରରୁ ଆଜି ୧୩ ଜଣ, ବରମୁଣ୍ଡା ବିଡିଏ କଲୋନି, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର ଏଚବି କଲୋନିରୁ ୬ ଜଣ, ଲକ୍ଷ୍ମୀସାଗରରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୧୫ ହଜାର ୮୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୦ ହଜାର ୮୨୬ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୯୪୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ୬୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଆଜି ସ୍ଥାନୀୟ ସଂକ୍ରମଣ ଯୋଗୁଁ ୨୯୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଏଥିରେ ପଟିଆରୁ ୧୨ ଜଣ, ଆଇଆରସି ଭିଲେଜରୁ ୮ ଜଣ, ବରମୁଣ୍ଡା ଏଚବି କଲୋନି, ଡୁମଡୁମା, ଶୈଳଶ୍ରୀ ବିହାର, ଭରତପୁର, ବିଗବଜାରରୁ ୭ ଜଣ ଲେଖାଏଁ ଅଛନ୍ତି ।

ନୟାପଲ୍ଲୀ, ଖଣ୍ଡଗିରିରୁ ୨୪ ଜଣ ଲେଖାଏଁ, ସହିଦ ନଗରରୁ ୨୧ ଜଣ, ବିଡିଏ କଲୋନି, କଳିଙ୍ଗ ନଗର ଅଂଚଳରୁ ୧୩ ଜଣ ଲେଖାଏଁ, ସବ ହସ୍ପିଟାଲ ଅଂଚଳ, ପଟିଆ ଗାଁରୁ ୧୧ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ୟୁନିଟ-୮ ସରକାରୀ ହାଇସ୍କୁଲ ଅଂଚଳ ଓ ଭିଏସଏସ ନଗର ଏଚବି ଅଂଚଳରୁ ୯-୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର