ଝାରପଡ଼ା ଜେଲରେ ବନ୍ଦୀଙ୍କ ପାଇଁ ଲାଗିଲା ୫ ଆକ୍ବାଗାର୍ଡ

ଭୁବନେଶ୍ବର: ଝାରପଡ଼ା ଜେଲର ଅନ୍ତେବାସୀଙ୍କୁ ସ୍ଵଚ୍ଛ ଓ ଥଣ୍ଡା ପାଣି ଯୋଗାଇ ଦେବାକୁ ୫ଟି ଆକ୍ବାଗାର୍ଡ ଲଗାଯାଇଛି। ଜେଲରେ ରହୁଥିବା ୧୫୬୬ ଅନ୍ତେବାସୀଙ୍କ ପାନୀୟ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇ ଏହି ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଜେଲ ସଂସ୍କାର କାର୍ଯ୍ୟକ୍ରମ ଭିତରେ କ୍ୟାଣ୍ଟିନ ଖୋଲାଯାଇଛି। ୩ ବର୍ଷ ମଧ୍ୟରେ ଏଥିରୁ ୩୪ ଲକ୍ଷ ୫୭୫ ଟଙ୍କା ଲାଭ ହୋଇଛି। ପ୍ରିଜନର୍ସ ୱେଲଫେୟାର ଦିଗରେ ଏହାକୁ ବିନିଯୋଗ କରାଯିବ ବୋଲି ଜଣାଯାଇଛି।

ସେହିପରି ଝାରପଡ଼ା ଜେଲକୁ ଖାଦ୍ୟ ସୁରକ୍ଷା ପ୍ରମାଣ ପତ୍ର ମିଳିଛି। ଜେଲ ଅଧୀକ୍ଷକ ଡି. ଏନ . ବାରିକ ଏ ନେଇ ସୂଚନା ଦେଇଛନ୍ତି। ପୂର୍ବରୁ କଏଦୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ତାଲିମ ଦିଆଯାଇଥିଲା ମାଛ ଚାଷ, ସୋରିଷ ତେଲ, ହଳଦୀ, ଅଟା ଓ ବେସନ ତିଆରି ଦିଗରେ ଏହା ସହାୟତା କରିଥିଲା।

ସମ୍ବନ୍ଧିତ ଖବର