ଶ୍ରୀଲିଙ୍ଗରାଜ ମନ୍ଦିରରେ ୫ ବିଲେଇ ମୃତ, ମନ୍ଦିରରେ ବୁଲି ଅବଢ଼ା ଖାଇ ବଞ୍ଚୁଥିଲେ

ପୁରୁଣା ଭୁବନେଶ୍ୱର: ସାରା ରାଜ୍ୟରେ ତାଲାବନ୍ଦ। ଲୋକମାନେ ଘରେ ରହି ସରକାରୀ ନିୟମକୁ ପାଳନ କରୁଛନ୍ତି। ମାତ୍ର ବାହାରେ ବୁଲୁଥିବା ପ୍ରାଣୀଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି। ବୁଲା ଗୋରୁ ଓ କୁକୁରଙ୍କୁ ‌କିଛି ସ୍ବେଚ୍ଛାସେବୀ ରନ୍ଧା ଖାଦ୍ୟ ଓ ଫଳ ଦେଉଛନ୍ତି। ହେଲେ କିଛି ଜୀବଜନ୍ତୁ ଖାଦ୍ୟ ବିନା ମୃତ୍ୟୁମୁଖରେ ପଡ଼ିଲେଣି। ଆଜି ଶ୍ରୀଲିଙ୍ଗରାଜ ମନ୍ଦିରରେ ଥିବା ୫ଟି ବିଲେଇଙ୍କର ଖାଦ୍ୟାଭାବରୁ ମୃତ୍ୟୁ ହୋଇଥିବା ଏହି କଥାକୁ ପ୍ରମାଣିତ କରିଛି। ମନ୍ଦିରରେ ରହି ଭକ୍ତଙ୍କ ଉପରେ ନିର୍ଭର କରୁଥିବା ୫ଟି ବିଲେଇ ଆଜି ମରି ପଡ଼ିଥିଲେ। ଏହି ବିଲେଇଗୁଡ଼ିକ ମନ୍ଦିରରେ ବୁଲି ଅବଢ଼ା ଖାଇ ବଞ୍ଚୁଥିଲେ। ମନ୍ଦିରରେ ଅବଢ଼ା ପ୍ରସ୍ତୁତ ବନ୍ଦ ପରେ ଖାଇବାକୁ ନପାଇ ମନ୍ଦିର ପରିସରରେ ମରି ପଡ଼ିଥିବା କୁହାଯାଉଛି। ମନ୍ଦିର ଚପରାଶି ମୃତ ବିଲେଇଗୁଡ଼ିକୁ ବାହାର କରିଥିଲେ।

ସମ୍ବନ୍ଧିତ ଖବର