ବିଭିନ୍ନ ସ୍ଥାନରେ ଦୁର୍ଘଟଣା : ୨୪ ଘଣ୍ଟାରେ ୫ ମୃତ

ଭୁବନେଶ୍ବର : ଦଶହରା ରାତି ଓ ଭସାଣ ଉତ୍ସବ ଶେଷ ମଧ୍ୟରେ ରାଜଧାନୀ ଓ ରାଜଧାନୀ ଉପକଣ୍ଠରେ ୫ଟି ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି।

ଚନ୍ଦକା ଥାନା ଅଧୀନ ତ୍ରାହି ଅଚ୍ୟୁତ ଆଶ୍ରମ ନିକଟରେ ଦୁଇ ବାଇକ୍‌ ମଧ୍ୟରେ ଧକ୍‌କା ହେବାରୁ ରାମଚନ୍ଦ୍ର ବେହେରା ନାମକ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ତାଙ୍କ ପୁଅ ଆଶିଷ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ।

ସେହିପରି ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡିର ବଡ଼ ରଘୁନାଥପୁରରେ ଘଟିଥିବା ଏକ ଦୁର୍ଘଟଣାରେ ସୁଦାମ ବେହେରା ନାମକ ଯୁବକଙ୍କ ମୃତ୍ୟୁ ଘଟିଥିଲା। ସୁଦାମଙ୍କ ଘର ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ। ବୁଧବାର ରାତିରେ ସହିଦନଗର ଥାନା ଅଧୀନ ସତସଙ୍ଗ ବିହାର ଛକରେ ଏକ ବାଇକ ଦୁର୍ଘଟଣାରେ ଶୁଭମ ପାତ୍ର ନାମକ ଯୁବକଙ୍କ ମୃତ୍ୟୁ ଘଟିଥିଲା। ସବୁଠାରୁ ଭୟଙ୍କର ଥିଲା ରାଜଧାନୀ ଉପକଣ୍ଠ କୌଶଲ୍ୟାଗଙ୍ଗ ଫାଣ୍ଡି ଅର୍ନ୍ତଗତ ଗୁଡିଆ ପୋଖରୀ ନିକଟରେ ଘଟିଥିବା ଦୁର୍ଘଟଣା। ବସ ଚାପାରେ ସୁମନ୍ତ ବିଶ୍ବାଳ ଓ ଆକାଶ ବାରିକ ନାମରେ ଦୁଇ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର