ଟୁରିଷ୍ଟ ବସ୍‌ ଧକ୍କାରେ ଓଲଟିଲା ଅଟୋ, ୫ ଆହତ

ବାଲିପାଟଣା : ବାଲିପାଟଣା ଥାନା ଅନ୍ତର୍ଗତ ମଧୁବନ ଛକ ନିକଟରେ ଆଜି ଏକ ଅଟୋକୁ ଅଜଣା ଟୁରିଷ୍ଟ ବସ୍‌ ଧକ୍କା ଦେବା ଫଳରେ ଅଟୋଟି ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଏଥିରେ ଅଟୋ ଚାଳକଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୋଟିଏ ପରିବାରର ୪ ଜଣ ଉକ୍ତ ଅଟୋରେ ମାହାଙ୍ଗାରୁ ଭୁବନେଶ୍ୱର ଫେରୁଥିଲେ। ଦୁର୍ଘଟଣା ପରେ ଟୁରିଷ୍ଟ ବସ୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆହତମାନେ ହେଲେ ଡି ସି ସୂତାର(୭୦), ଶ୍ରୀମତୀ ସୂତାର(୬୩), ଲକ୍ଷ୍ମୀପ୍ରିୟା ସୂତାର(୨୮) ଓ ତାଙ୍କର ୨ବର୍ଷର ଶିଶୁ। ଅଟୋ ଚାଳକ ପ୍ରସନ୍ନ ଖୁଣ୍ଟିଆ(୨୭) ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡା. ଶ୍ରୀକାନ୍ତ କୁମାର ବେହେରାଙ୍କ କହିବା ମୁତାବକ ପ୍ରାୟ ସମସ୍ତଙ୍କ ମୁଣ୍ଡ, ଛାତି ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କ୍ୟାପିଟାଲ ହସ୍‌ପିଟାଲ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର