ମିସନ ଚାଟଶାଳୀ ମାଧ୍ୟମରେ ପଢ଼ିବେ ୫ ଲକ୍ଷ ଶିଶୁ

ଭୁବନେଶ୍ବର : ଆମ ଶକ୍ତି, ଓଡ଼ିଶା ଶ୍ରମଜୀବୀ ଓ ମହିଳା ଶ୍ରମଜୀବୀ ପକ୍ଷରୁ ହୋଟେଲ କେଶରୀରେ ରାଜ୍ୟସ୍ତରୀୟ ମିସନ ଚାଟଶାଳୀକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମିସନ ଚାଟଶାଳୀ ଜରିଆରେ ୨୫ହଜାର ଶିକ୍ଷାସାଥୀଙ୍କ ଦ୍ବାରା ୫ଲକ୍ଷ ଶିଶୁଙ୍କୁ ପଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଏହି ସମ୍ମିଳନୀରେ ସୂଚନା ଦିଆଯାଇଛି।

ଲକ୍‌ଡାଉନ୍‌ ସମୟରେ ପିଲାଙ୍କ ପାଠପଢ଼ା ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାରୁ ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳ ଶିକ୍ଷାର୍ଥୀମାନଙ୍କୁ ମାଗଣାରେ ପାଠ ପଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ୨୦୨୦ ଅଗଷ୍ଟରେ ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀକୁ ମିସନ ହାତକୁ ନେଇଥିଲା। ସରକାରଙ୍କର ଉଜ୍ଜ୍ବଳା ବହି ଏବଂ ୧୦୦ ଦିନିଆ ଶିକ୍ଷାଚକ୍ରରେ ଇଂରାଜୀ, ଓଡ଼ିଆ ଓ ଗଣିତ ପଢ଼ା ଯାଇଥିଲା। ଏଥିରେ ୬୩୫୧ ସ୍ବେଚ୍ଛାସେବୀ ସାମିଲ୍‌ ହୋଇ ପଢ଼ାଇଥିଲେ। ଚଳିତ ବର୍ଷ ଫେବ୍ରୁଆରି ସୁଦ୍ଧା ଅନୁଷ୍ଠାନ ପକ୍ଷରୁ ୧ଲକ୍ଷ ପିଲାଙ୍କୁ ପଢ଼ା ଯାଇଛି। ତେଣୁ ଆଗାମୀ ଦିନରେ ମିସନ ପକ୍ଷରୁ ୫ଲକ୍ଷ ପିଲାଙ୍କୁ ପଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ନବକିଶୋର ପୂଜାରୀ, ରୁଚି କାଶ୍ୟପ, ମନୋଜ ସାମନ୍ତରାୟ, ଲକ୍ଷ୍ମୀଧର ସିଂହ, ଆଶିଷ ରାଜହଂସ, ହେନା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର