ଭୁବନେଶ୍ବର : ବଶିଷ୍ଠ ନଗର କେନାଲ ରୋଡ୍ରେ ଡକାୟତି ପାଇଁ ଯୋଜନା କରୁଥିବା ଏକ ବଡ଼ ଗ୍ୟାଙ୍ଗର ୫ଜଣ ସଦସ୍ୟଙ୍କୁ ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଗତ ବିଳମ୍ବିତ ରାତିରେ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ବଶିଷ୍ଠ ନଗରର ସରୋଜ ପାତ୍ର ଓରଫ ବାପୁନି, ଜଗନ୍ନାଥ ପ୍ରଧାନ ଓରଫ ଜଗା, ନରେଶ ବେହେରା ଓରଫ କାଉ, ଅଖିନ ମଲିଆ ଓରଫ ଅଖିଳ, କପିଳେଶ୍ୱର ଭୋଇ ସାହିର ପୂର୍ଣ୍ଣଚନ୍ଦ୍ର ଭୋଇ ଓରଫ ପୁନିଆ। ପୁଲିସ ସେମାନଙ୍କଠାରୁ ଏକ ଆନ୍ଧ୍ର କାତି, କଟୁରି, ଲୁହା ରଡ୍ ଓ ଲଙ୍କାଗୁଣ୍ଡ ପ୍ୟାକେଟ୍ ଆଦି ଜବତ କରିଛି। ଏମାନଙ୍କ ନାମରେ ଏକାଧିକ ହତ୍ୟା ଉଦ୍ୟମ, ଡକାୟତି, ଛିନ୍ତାଇ ପ୍ରଭୃତି ମାମଲା ରହିଛି। ଏମାନେ ଅଭ୍ୟାସଗତ ଅପରାଧୀ ହୋଇଥିବାରୁ ଏମାନଙ୍କ ନାମରେ କମିସନରେଟ୍ ପୁଲିସ ଦଫା ୧୧୦ ଲଗାଇଛି। ଜାଗା ନାମରେ ଶ୍ରୀଲିଙ୍ଗରାଜ ଓ ବଡଗଡ଼ ଥାନାରେ ୧୪ ମାମଲା ରହିଥିବା ବେଳେ ଅଖି ନାମରେ ଲିଙ୍ଗରାଜ, କ୍ୟାପିଟାଲ, ଧଉଳି ଥାନାରେ ୮ଟି, ନରେଶ ନାମରେ ଲିଙ୍ଗରାଜ ଥାନାରେ ୩ଟି, ବାପୁନି ନାମରେ ୨ଟି ଓ ପୁନିଆ ନାମରେ ଗୋଟିଏ ମାମଲା ରହିଛି। ଏମାନେ ଗତକାଲି ବଶିଷ୍ଠ ନଗରରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ସେଠାରେ ଚଢ଼ଉ କରି ଗିରଫ କରିଥିଲା।
ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ
/sambad/media/post_attachments/wp-content/uploads/2019/07/lootera.jpg)