ନନ୍ଦନକାନନରେ ୫ ଡାଳିଓଧ ମୃତ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ‌ରେ ଲଗାତାର ୩ ଦିନରେ ୫ଟି ଡାଳିଓଧଙ୍କ ମୃତ୍ୟୁ ହୋଇଛି। ରାତ୍ରିଚର ଜୀବ ରହୁଥିବା ଅନ୍ଧାରୀ ଘରେ ଏହି ଡାଳିଓଧଙ୍କ ମଧ୍ୟରୁ ବୁଧବାର ୨ଟି, ଗୁରୁବାର ୨ଟି ଓ ଶୁକ୍ରବାର ଗୋଟିଏ କ୍ରମାଗତ ଭାବେ ଅଚାନକ ଅସୁସ୍ଥ ହୋଇ ପ୍ରାଣ ହରାଇଛନ୍ତି। ମୃତ ଡାଳିଓଧଗୁଡ଼ିକ ମାନ୍ଦା ରହିବା ସହ ଘୁମାଉଥିଲେ। ତେବେ ଏକକାଳୀନ ଗୋଟିଏ ପ୍ରଜାତିର ଏତେସଂଖ୍ୟକ ଜୀବଙ୍କ ମୃତ୍ୟୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ମୃତ୍ୟୁ କାରଣ ଜାଣିବା ପାଇଁ ସେମାନଙ୍କ ରକ୍ତନମୁନା ଓୟୁଏଟିକୁ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟରୁ କାରଣ ଜଣାପଡ଼ିବା ପରେ ବାକିଗୁଡ଼ିକର ତଦନୁସାରେ ଚିକିତ୍ସା କରାଯିବ। ବର୍ତ୍ତମାନ ଥିବା ମୋଟ ୨୨ଟି ଡାଳିଓଧଙ୍କୁ ପ୍ରତି‌ଷେଧକ ଦେଇ ଚିକିତ୍ସା କରାଯାଉଛି। ଅପରପକ୍ଷେ କ୍ଷୁଦ୍ର ସ୍ତନ୍ୟପାୟୀ ପ୍ରାଣୀ ଉଦ୍ୟାନ ମଧ୍ୟରେ ଏକ ଗୁରାଣ୍ଟି ଛୁଆ ଜନ୍ମଲାଭ କରିଛି। ଉଭୟ ମା’ ଓ ନବଜାତକ ସୁସ୍ଥ ଅଛନ୍ତି। ନନ୍ଦନକାନନରେ ମୋଟ ଗୁରାଣ୍ଟି ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର