ପ୍ରଶ୍ନ ୧ - ‘ଅଗ୍ନିପଥ’କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ଉପରେ ଆପଣଙ୍କ ମତ କ’ଣ? ?
ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ନିଜ ମତ ପୋଷଣ କରିବାର ଅଧିକାର ସମସ୍ତଙ୍କର ଅଛି। କିନ୍ତୁ ବିକ୍ଷୋଭକାରୀମାନେ ସରକାରୀ ସମ୍ପତ୍ତି ନଷ୍ଟ କରିବା ମୋଟେ ଗ୍ରହଣୀୟ ନୁହେଁ।
ପ୍ରଶ୍ନ ୨- ରାଜଧାନୀରେ କଥା କଥାକେ ଖଣ୍ଡା ଓ ବନ୍ଧୁକ ଉଠୁଛି। ଏଥିପାଇଁ ଦାୟୀ କିଏ?
ନିର୍ଦ୍ଦିଷ୍ଟ ଭାବେ କାହାକୁ ଦୋଷ ଦେବା ଉଚିତ ନୁହେଁ। ଏଥିପାଇଁ ବିଭିନ୍ନ ଦିଗରୁ ତ୍ରୁଟି ରହିଛି। ଦୋଷୀଙ୍କ ପାଇଁ ଅଧିକ କଠୋର ଦଣ୍ଡର ବ୍ୟବସ୍ଥା ହେଲେ, କେହି ବି ଅପରାଧ କରିବା ପୂର୍ବରୁ ଶହେ ଥର ଭାବନ୍ତା!
ପ୍ରଶ୍ନ ୩ - କଟକ ଓ ଭୁବନେଶ୍ବର ଡାକ୍ତରଖାନାରେ ରୋଗୀମାନେ କେଉଁ କାରଣ ପାଇଁ ହଇରାଣ ହେଉଛନ୍ତି?
ଡାକ୍ତର ଅଭାବରୁ ସବୁଠି ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ଭୁବନେଶ୍ବର ଏମ୍ସ ହେଉ କି କଟକ ଏସ୍ସିବି ହେଉ, ସବୁଠି ଡାକ୍ତର ପଦବି ପୂରଣ ହେବା ଉଚିତ।
ପ୍ରଶ୍ନ ୪- ୫ ଜି ସେବାରୁ ଭୁବନେଶ୍ବର ସ୍ମାର୍ଟ ସିଟି ବଞ୍ଚିତ ହେବା ପ୍ରସଙ୍ଗକୁ ନେଇ ଆପଣଙ୍କର ମତ କ’ଣ?
୨୫ଟି ସହରରେ ଅଗଷ୍ଟ ମାସରୁ ୫-ଜି ମୋବାଇଲ୍ ସେବା ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ଓଡ଼ିଶାରେ ବି ପରେ ପରେ ଏହି ସେବା ଲାଗୁ କରାଯିବ ବୋଲି ସେ କହିଛନ୍ତି।
ପ୍ରଶ୍ନ ୫- ଏବେ ଆତ୍ମହତ୍ୟା ବଢ଼ିବାରେ ଲାଗିଛି ଏହା ପଛର କାରଣ କ’ଣ ହୋଇପାରେ?
ମାନସିକସ୍ତରରେ ଦୁର୍ବଳ ବ୍ୟକ୍ତିମାନେ ସାମାନ୍ୟ ମନ କଷ୍ଟ ସହି ପାରନ୍ତିନାହିଁ। ମାନସିକ ରୋଗୀଙ୍କ ଭଳି ସେମାନଙ୍କୁ ମଧ୍ୟ ଚିକିତ୍ସାର ଆବଶ୍ୟକତା ରହିଛି। କିନ୍ତୁ ଠିକଣା ସମୟରେ ସେମାନଙ୍କୁ ଚିହ୍ନଟ କରିବା ବଡ଼ କଥା।
ସନ୍ଦୀପ କୁମାର ଦାସ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/15-17.jpg)
