୫ ମିନିଟରେ ୫ଟି ପ୍ରଶ୍ନ

ପ୍ରଶ୍ନ ୧: ନିଜ ମାତୃଭାଷା ପ୍ରତି ଆନ୍ତରିକତା କମିବାର କାରଣ କ’ଣ?
ସରକାର ଆମ ମାତୃଭାଷା ଓଡ଼ିଆକୁ ଗୁରୁତ୍ବ ଦେଉନାହାନ୍ତି। ଇଂରାଜୀ ଭାଷାର ଗୁରୁତ୍ବ ବଢ଼ୁଛି। ତେଣୁ କାଳକ୍ରମେ ଓଡ଼ିଶାରେ ଓଡ଼ିଆ ଭାଷା ପ୍ରତି ଲୋକଙ୍କ ଆନ୍ତରିକତା କମିବାରେ ଲାଗିଛି।

ପ୍ରଶ୍ନ ୨: ରାଜଧାନୀରେ ବାର୍‌ଗୁଡ଼ିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିବା ପଛରେ କିଏ ଦାୟୀ?
ରାଜଧାନୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ ଖୋଲା ରହିବା ପଛରେ ପୁଲିସ ହିଁ ଦାୟୀ। ବାର୍ ମାଲିକମାନେ ପ୍ରଚୁର ଅର୍ଥ ଆୟ କରୁଛନ୍ତି ଓ ପୁଲିସର ସହଯୋଗ ନେଉଛନ୍ତି।

ପ୍ରଶ୍ନ ୩: ମୁଖ୍ୟମନ୍ତ୍ରୀଙ୍କ ‘୬-ଟି’ ମନ୍ତ୍ରରେ ମନ୍ତ୍ରୀମାନେ ଠିକ୍ କାର୍ଯ୍ୟ କରିବେ ବୋଲି ଭାବୁଛନ୍ତି କି?
ମୁଖ୍ୟମନ୍ତ୍ରୀଙ୍କ ‘୬-ଟି’ ମନ୍ତ୍ର କାର୍ଯ୍ୟକାରୀ ହେବ କି ନହେବ, ତାହା ଆକଳନ କରିବା କଷ୍ଟ। ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା କିଛି ନୂଆ ମୁହଁଙ୍କଠାରୁ ଆଶା କରିହେବ। ତେବେ ହେଲେ ରାଜ୍ୟର ଉନ୍ନତି ହେବ।

ପ୍ରଶ୍ନ ୪: ବିଳାସପୂର୍ଣ୍ଣ ଘର ନିର୍ମାଣ ପାଇଁ ଗଛ ବଳି ପକାଇବା କେତେ ଦୂର ଠିକ?
ଗଛ କାଟିବା ବଡ଼ ଅପରାଧ। ଯେଉଁମାନେ ଘର ତିଆରି କିମ୍ବା ଅନ୍ୟ କୌଣସି କାମ ପାଇଁ ଗଛକୁ ବଳି ପକାଉଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍। କିନ୍ତୁ ଏଠି ନିଜେ ସରକାର ତ ଗଛ କାଟି ପକାଉଛନ୍ତି।

ପ୍ରଶ୍ନ ୫: ଅଗ୍ନିପଥ ଯୋଜନାକୁ ବିରୋଧ କରିବା ଠିକ୍ ବୋଲି ଭାବୁଛନ୍ତି କି?
ଏହାକୁ ବିରୋଧ କରିବା ଆଦୌ ଠିକ୍‌ ନୁହେଁ। କାରଣ ଏହି ଯୋଜନା ମାଧ୍ୟମରେ ଅନେକ ପିଲା ନିଯୁକ୍ତି ପାଇପାରିବେ। ଏହାକୁ ରାଜନୀତିକରଣ କରି ଦେଶରେ ବିରୋଧ ଚାଲିଛି। ଏହା ଶୁଭଙ୍କର ନୁହେଁ।
ଦେବଦାସୀ ଦାଶ, ସମାଜସେବୀ

ସମ୍ବନ୍ଧିତ ଖବର