୫ ମିନିଟରେ ୫ଟି ପ୍ରଶ୍ନ

ପ୍ରଶ୍ନ ୧- ମହାନଦୀ ଶୁଖିଲା ପଡ଼ିବା ପାଇଁ ଖାଲି କ’ଣ ଛତିଶଗଡ଼ ଦାୟୀ?
ଛତିଶଗଡ଼ ତା’ ଫାଇଦା ପାଇଁ ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍‌ କରିଛି। ଓଡ଼ିଶା ସରକାର କାହିଁକି କରୁନାହାନ୍ତି। ଅନ୍ତତଃ ବର୍ଷା ଦିନେ ଓଡ଼ିଶା‌ରେ ଯେତିକି ବର୍ଷା ହେଉଛି, ତାକୁ ତ ଆମେ ସଂରକ୍ଷଣ କରିପାରିବା। ଏହାସହ ଛତିଶଗଡ଼ ସହ କଥାବାର୍ତ୍ତା କରି ଆପୋସ ସମାଧାନ ବାହାର କରିବା ଆବଶ୍ୟକ।

ପ୍ରଶ୍ନ ୨- ଭୁବନେଶ୍ବରରୁ ଓଭର୍‌ ହେଡ୍‌ କେବୁଲ ହଟିପାରିବ ବୋଲି ଆପଣ ଭାବୁଛନ୍ତି?
ଇଚ୍ଛାଶକ୍ତି ଅଭାବରୁ ବହୁ ପ୍ରକଳ୍ପ ସମୟସୀମା ମଧ୍ୟରେ ସରି ପାରୁନାହିଁ। ମାଟି ତଳେ ଇଲେକ୍ଟ୍ରି କେବୁଲ୍‌ ଯିବ ଓ ସେଥିରୁ ଲୋକଙ୍କୁ ସଂଯୋଗ ଦିଆଯିବ ବୋଲି ଭୁବନେଶ୍ବରବାସୀଙ୍କୁ କେବେଠୁ ସ୍ବପ୍ନ ଦେଖାଗଲାଣି। କିନ୍ତୁ ତାହା ଏପର୍ଯ୍ୟନ୍ତ ସାକାର ହୋଇପାରିଲାନି। ଫଳରେ ଟିକିଏ ଝଡ଼ ବର୍ଷା ହେଲେ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହେଉଛି ଓ ଲୋକ ହନ୍ତସନ୍ତ ହେଉଛନ୍ତି।

ପ୍ରଶ୍ନ ୩- ନନ୍ଦନକାନନରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ମାଡ଼ ସଂପର୍କରେ କ’ଣ କହିବେ?
ଖାଲି ନନ୍ଦନକାନନ ନୁହେଁ, ସବୁ ପର୍ଯ୍ୟଟନସ୍ଥଳରେ ଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ସଠିକ୍‌ ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ। ପର୍ଯ୍ୟଟକମାନଙ୍କ ସହ ଯେପରି ସେମାନେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବେ, ସେଥିପାଇଁ ସ୍ବତନ୍ତ୍ର ବ୍ୟକ୍ତିତ୍ବ ବିକାଶ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଉ।

ପ୍ରଶ୍ନ ୪- କଂଗ୍ରେସର ନୂଆ ପିସିସି ସଭାପତି ଚୟନ ହୋଇଛନ୍ତି। ୨୦୨୪ ନିର୍ବାଚନ ଉପରେ ଏହା ପ୍ରଭାବ ପକାଇବ କି?
ଶରତ ପଟ୍ଟନାୟକ ୨୦୦୧ ମସିହାରେ ପିସିସି ସଭାପତି ରହିଥିଲେ। ଦୃଢ଼ ମନୋବଳ ବ୍ୟକ୍ତି ହିସାବରେ କିଛି ପରିବର୍ତ୍ତନ ଆଣିପାରିବେ ବୋଲି ଭାବୁଛି।

ପ୍ରଶ୍ନ ୫- ପୌର ନିର୍ବାଚନ ପରେ ରାଜଧାନୀରେ ଅଟକି ଥିବା କାମ ଆରମ୍ଭ ହୋଇଛି କି ?
କାଇଁ ମୁଁ ସେମିତି କିଛି ଅନୁଭବ କରିପାରୁନି। ଆମ ଅଞ୍ଚଳରେ ଆଖି ଦୃଶିଆ କାମ ହେଲା ଭଳି ଲାଗୁନି। କିନ୍ତୁ ଆଶା ଅଛି, ଆଗାମୀ ଦିନରେ ସ୍ଥାନୀୟ ପ୍ରତିନିଧି ଅଞ୍ଚଳବାସୀ ଓ ଅଞ୍ଚଳର ସମସ୍ୟା ପ୍ରତି ଧ୍ୟାନ ଦେବେ।

ବିବେକାନନ୍ଦ ମହାପାତ୍ର

ସମ୍ବନ୍ଧିତ ଖବର