୫ ମିନିଟରେ ୫ଟି ପ୍ରଶ୍ନ

ପ୍ରଶ୍ନ ୧- କେନ୍ଦ୍ର ସରକାର ତୈଳଦର କମାଇଛନ୍ତି, ଏବେ ରାଜ୍ୟ ସରକାର କମାଇବା ଜରୁରୀ କି?
ତୈଳ ଦର କମିଲେ ଦରଦାମ୍ ନିୟନ୍ତ୍ରଣକୁ ଆସିବ। ତେଣୁ କେନ୍ଦ୍ର ସରକାରଙ୍କ ପରି ରାଜ୍ୟ ସରକାର ମଧ୍ୟ ତୈଳ ଦର ଉପରୁ ଭାଟ୍ ହ୍ରାସ କରିବା ଦରକାର। ଏହାଦ୍ବାରା ସାଧାରଣ ଲୋକମାନେ ଉପକୃତ ହେବେ।

ପ୍ରଶ୍ନ ୨- ସାଇବର କ୍ରାଇମ୍‌ ବଢ଼ିବାର ମୁଖ୍ୟ କାରଣ କ’ଣ?
ଲୋକମାନେ ନିଜେ ସର୍ତକ ରହୁନାହାନ୍ତି। ଲୋଭର ବଶବର୍ତ୍ତୀ ହୋଇ ଅଜଣା ଲିଙ୍କ୍‌ରେ କ୍ଲିକ୍‌ କରୁଛନ୍ତି ଓ ନିଜର ଡାଟା ବାଣ୍ଟୁଛନ୍ତି। ସେହିଭଳି ପୁଲିସ ତଦନ୍ତ ଠିକ୍‌ ହେଉନଥିବାରୁ ଅପରାଧୀଙ୍କ ସାହସ ବଢ଼ୁଛି।

ପ୍ରଶ୍ନ ୩-ଓଡ଼ିଆ ସିନେମା ଶିଳ୍ପ ବୁଡ଼ିଯିବା ଆଶଙ୍କା ହେଉଛି କି?
କପି କରି ଫିଲ୍ମ ନିର୍ମାଣ କରିବା ବନ୍ଦ ନହେଲେ ଓଡ଼ିଆ ସିନେମା ଶିଳ୍ପ ବନ୍ଦ ହୋଇଯିବ। ତେଣୁ ମୌଳିକ କଥାବସ୍ତୁକୁ ନେଇ ଓଡ଼ିଆ ଫିଲ୍ମ ନିର୍ମାଣ ହେବା ସମୟ ଆସିଛି। ସେହିପରି ସରକାର ମଧ୍ୟ ଓଡ଼ିଆ ସିନେମା ଶିଳ୍ପକୁ ସହଯୋଗ କରିବା ଦରକାର।

ପ୍ରଶ୍ନ ୪- ଏଥର ରଥଯାତ୍ରାରେ ଭକ୍ତଙ୍କୁ ଦର୍ଶନର ସୁଯୋଗ ମିଳିବ। ଏହାକୁ ନେଇ କଣ କହିବେ?
୨ବର୍ଷ ପରେ ଭକ୍ତ ଭଗବାନଙ୍କ ମିଳନ ହେବ। ତେଣୁ ଏହାକୁ ନେଇ ବହୁତ ଖୁସି ଲାଗୁଛି। ରଥଯାତ୍ରାରେ ଭକ୍ତଙ୍କୁ ସାମିଲ୍ କରାଯିବା ନିଷ୍ପତ୍ତିକୁ ସ୍ବାଗତ।

ପ୍ରଶ୍ନ ୫- ସେଲ୍ପ ଫାଇନାନ୍ସିଂ ପାଠ୍ୟକ୍ରମ ବନ୍ଦ କରିବା ନିଷ୍ପତ୍ତିକୁ ଆପଣ କିପରି ଦେଖୁଛନ୍ତି?
ଯେଉଁ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କ ଚାହିଦା ରହିଛି, ସେସବୁକୁ ବନ୍ଦ କରାନଯାଉ। ପାଠ୍ୟକ୍ରମ ବନ୍ଦ କରିବା ପୂର୍ବରୁ ପ୍ରଥମେ ଉଚ୍ଚଶିକ୍ଷା ବିଭାଗ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା କରିବା ଦରକାର।

ରାଜଲକ୍ଷ୍ମୀ ଜଗଦେବ ରାୟ, କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀ

ସମ୍ବନ୍ଧିତ ଖବର