ଭୁବନେଶ୍ୱର: ପୋଖରୀପୁଟ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)। ଏଥିରେ ପ୍ରାୟ ୫ ହଜାର ବର୍ଗଫୁଟ ଜମିକୁ ଜବରଦଖଲମୁକ୍ତ କରାଯାଇଛି। ଏୟାରପୋର୍ଟ ଥାନା ଅନ୍ତର୍ଗତ ପୋଖରୀପୁଟସ୍ଥିତ ଅନନ୍ତ ବିହାର ଫେଜ-୩ରେ ବିଡିଏ ହାଉସିଂ ପ୍ରୋଜେକ୍ଟ କରିଥିବା ବେଳେ ସେଠାରେ ଏକ ଖୋଲା ସ୍ଥାନ ଛାଡ଼ିଥିଲା। ସେହି ଖୋଲା ଜାଗାକୁ କିଛି ବ୍ୟକ୍ତି ଅକ୍ତିଆର କରିଥିଲେ। ଆଜି ବିଡିଏ ପକ୍ଷରୁ ଜବରଦଖଲ ହଟାଯାଇଛି। ଏଥିରେ ୧୭ ବଖରା ଆଜବେଷ୍ଟସ୍ ଘର, ୭୦ ଫୁଟ ଲମ୍ବର ପାଚେରି, ଗୋଟିଏ ଲୁହା ଗେଟ୍ ଓ ଗୋଟିଏ ପଲିଥିନ ନିର୍ମିତ ଘର ଭଙ୍ଗାଯାଇଛି। ଏହି ଜମିକୁ ନିଜ ଅକ୍ତିଆରକୁ ଆଣିଛି ବିଡିଏ। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ୨ ସେକ୍ସନ ରିଜର୍ଭ ପୁଲିସଏବଂ ଗୋଟିଏ ସେକ୍ସନ ମହିଳା ପୁଲିସ ମୁତୟନ କରାଯାଇଥିଲା। ଉଚ୍ଛେଦ ବେଳେ ବିଡିଏ ଏନଫୋର୍ସମେଣ୍ଟ ଅଧିକାରୀ ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କ ସମେତ ବିଡିଏ ଭୂମି ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp