ସ୍ବାଇନ୍ ଫ୍ଲୁ’ ଆକ୍ରାନ୍ତଙ୍କ  ସଂଖ୍ୟା ୫୦ ଡେଇଁଲା

ଭୁବନେଶ୍ବର: ରାଜ୍ୟରେ ସ୍ବାଇନ୍ ଫ୍ଲୁ ବଢ଼ି ଚାଲିଛି। ବିଶେଷକରି ଗତ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି। ଆଜି ୫ଜଣ ସ୍ବାଇନ୍ ଫ୍ଲୁ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨‌ରେ ପହଞ୍ଚିଛି। ଅପରପକ୍ଷେ ଗତକାଲି ସ୍ବାଇନ୍ ଫ୍ଲୁରେ ଜଣେ ଯୁବତୀ ପ୍ରାଣ ହରାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇନାହିଁ। ଚଳିତବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ସ୍ବାଇନ୍ ଫ୍ଲୁରେ ରାଜ୍ୟରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଆଜି ୧୬ଟି ନମୁନା ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ତହିଁରେ ୫ଟି ନମୁନା ପଜିଟିଭ୍ ରହିଥିଲା। ଏହି ସମସ୍ତ ଆକ୍ରାନ୍ତ ରାଜଧାନୀ ଆଖପାଖ ଅଞ୍ଚଳର ହୋଇଥିବା ବେଳେ ସେମାନେ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ରାଜ୍ୟରେ ସ୍ବାଇନ୍ ଫ୍ଲ ଜନିତ ଆଶଙ୍କା ନ ଥିବା କହୁଥିଲେ ହେଁ ପ୍ରତ୍ୟେକ ଦିନ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହେବା ଘଟଣାକୁ ଅଧିକ ରହସ୍ୟ କରିଛି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ରାଜଧାନୀ ଆଖପାଖରେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି। ଗତ ଜାନୁଆରି ମାସରେ ୨୦ରୁ ଅଧିକ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର