କେନ୍ଦ୍ର ସରକାରଙ୍କ ‘ଫେମ୍‌ ଇଣ୍ଡିଆ’ ଯୋଜନାରେ ଭୁବନେଶ୍ୱରକୁ ମିଳିବ ୫୦ ଇ-ବସ୍‌

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ‘ଫେମ୍‌ ଇଣ୍ଡିଆ’ ଯୋଜନାରେ ଭୁବନେଶ୍ୱରକୁ ୫୦ଟି ଇଲେକ୍ଟ୍ରି ବସ୍‌ ମିଳିବ। କେନ୍ଦ୍ର ଭାରି ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଏହି ବସ୍‌ଗୁଡ଼ିକ ଯୋଗାଇ ଦିଆଯିବ। ଦେଶର ୬୪ଟି ସହରକୁ ମୋଟ୍‌ ୫୫୯୫ଟି ଇଲେକ୍ଟ୍ରି ବସ୍‌ ଯୋଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବସ୍‌ଗୁଡ଼ିକ ପାଖାପାଖି ୪ ବିଲିଅନ କିଲୋମିଟର ଗଡ଼ିବ। ସେହିଭଳି ଏହି ବସ୍‌ଗୁଡ଼ିକ ଚାଲିବା ଦ୍ୱାରା ୧.୨ ବିଲିଅନ ଲିଟର ଇନ୍ଧନ ସଂଚୟ କରାଯାଇପାରିବ। ଫଳରେ ପରିବେଶକୁ ସୁରକ୍ଷା କରିବାରେ ଏହା ଏକ ବଡ଼ ଭୂମିକା ନେବ।

ସୂଚନାଯୋଗ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନିକଟରେ ବିଧାନସଭାରେ ସୂଚନା ଦେଇଥିଲେ ଯେ, ରାଜ୍ୟ ସରକାର ଇଲେକ୍ଟ୍ରି ବସ୍‌ ଚଳାଇବା ପାଇଁ ଯୋଜନା କରୁଛି। ରାଜ୍ୟ ସରକାରଙ୍କ ଏହି ଯୋଜନା ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ କରାଯାଇପାରିବ। ସେ କହିଥିଲେ, ଇଲେକ୍ଟ୍ରି ବସଗୁଡ଼ିକ ପୁରୀ, ଭୁବନେଶ୍ୱର ଓ କଟକରେ ଚାଲିବ।

‘ଫେମ୍‌ ଇଣ୍ଡିଆ’ ଯୋଜନାରେ ମହାରାଷ୍ଟ୍ରକୁ ୭୨୫ଟି ବସ୍‌, ଗୁଜୁରାଟକୁ ୫୫୦ ବସ୍‌ ଓ ଆନ୍ଧ୍ରପ୍ରଦେଶକୁ ୩ଶହ ବସ୍‌ ମିଳିବ।

ସମ୍ବନ୍ଧିତ ଖବର