ବାଲିଅନ୍ତା:ବାଲିଅନ୍ତା ଥାନା ପୁଲିସ ଓ ଅବକାରୀ ମୋବାଇଲ ଟିମ ଆଜି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜଣେ ମହିଳାଙ୍କ ସମେତ ୬ ଜଣ ଚୋରାମଦ ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି ।
ଗିରଫ ଚୋରାମଦ ବ୍ୟବସାୟୀମାନେ ହେଲେ ସରକଣା ଗ୍ରାମର ସୁମନ୍ତ ନାୟକ ( ୩୨ ), ବଇଁଚୁଆ ପଞ୍ଚାୟତ ଅଧୀନ ବଢ଼େଇସାହିର ଚନ୍ଦନ ସାହୁ (୩୦), ଭୁବନପୁର ଗ୍ରାମର ମନୋରଞ୍ଜନ ଦାସ (୪୮) , ବାଲିଅନ୍ତା ତଳଗଡ଼ର ଜୟଦେବ ଯାଦବ (୪୦) , ଭିଙ୍ଗାରପୁର ଗ୍ରାମର ମହିଳା ରମା ନାୟକ ( ୫୭) ଓ ଏରକଣ୍ଟା ଅଞ୍ଚଳର ଅକ୍ଷିଳ ଭୋଇ (୩୬) ।
ତେବେ କୋର୍ଟରେ ଜାମିନ ନାମଞ୍ଜୁର ହୋଇଯିବାରୁ ସମସ୍ତଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।
ପ୍ରାପ୍ତ ସୂଚନାନୁଯାୟୀ ଆଜି ପୂର୍ବାହ୍ନରେ ଉଭୟ ଅବକାରୀ ମୋବାଇଲ ଟିମ ଓ ବାଲିଅନ୍ତା ଥାନା ବିଭିନ୍ନ ସ୍ଥାନରେ ମିଳିତ ଭାବେ ଚଢ଼ଉ କରି ସଂପୃକ୍ତ ଚୋରାମଦ ମଦ ବ୍ୟବସାୟୀମାନଙ୍କୁ ଗିରଫ କରିଥିଲେ । ଦୁଇଟିଯାକ ଟିମ ସୁମନ୍ତ ଘରେ ଚଢ଼ଉ କରି ୧୦୫ ବୋତଲ ବିଦେଶୀ ମଦ ଜବତ କରିଥିବା ବେଳେ ଅନ୍ୟ ୫ ଜଣଙ୍କ ଠାରୁ ୫୦ ଲିଟର ରନ୍ଧାଦେଶୀ ମଦ ଜବତ କରାଯାଇଥିଲା ।
ଅବକାରୀ ବିଭାଗ ଜିଲ୍ଲା ଆଇଆଇସି ସମରଜିତ ଦାଶ ଓ ଏଏସଆଇ ସୁଜିତ କୁମାର ମୁଦୁଲିଙ୍କ ସମେତ ଥାନା ଅଧିକାରୀ ପ୍ରଦୀପ ରାଉତ ପ୍ରମୁଖ ଚଢ଼ଉରେ ସାମିଲ ଥିଲେ ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅବକାରୀ ବିଭାଗ ହେଉ କି ଥାନା ପୁଲିସ ଅଧିକାରୀ ଚୋରାମଦ ବ୍ୟବସାୟୀଙ୍କ ବିରୋଧରେ କୋହଳ ଦଫାରେ ମାମଲା ରୁଜୁ କରୁଥିବାରୁ ସେମାନେ ଦିନ ଦୁଇ ଦିନ ଭିତରେ ଜାମିନରେ ଆସି ପୁଣି ଚୋରାମଦ କାରବାର ଆରମ୍ଭ କରୁଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/91366ed82e39fa732901409daef4b6c66532762cfc8b4e24583ab1094517bd69.jpg)