ବାପୁଜୀନଗରରେ ଖୋଲିବ ୫୦ ଦୋକାନ : ୧୧୨ ଦୋକାନ ଖୋଲିବାକୁ ଆବେଦନ କରିଛନ୍ତି, ଗାଡ଼ି ପଶିବନି

ଭୁବନେଶ୍ବର : ବାପୁଜୀନଗରରେ ବ୍ୟବସାୟୀମାନେ ଦୋକାନରେ ସାମାଜିକ ଦୂରତା ରଖୁନଥିବାରୁ, ବିଏମ୍‌ସିର ଏସ୍‌ଓପି ମାନୁନଥିବାରୁ ବିଏମ୍‌ସି ମଙ୍ଗଳବାର ବାପୁଜୀନଗରରେ ସମସ୍ତ ‌େଦାକାନକୁ ଅନିର୍ଦ୍ଦିଷ୍ଟ କ‌ାଳ ପାଇଁ ସିଲ୍‌ କରିଥିଲା। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲି ପାରିବ ବୋଲି ନିୟମ କରିଥିଲା। ହେଲେ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ବିଏମ୍‌ସିକୁ ଅନୁରୋଧ କରିବାରୁ ଆଜି ବିଏମ୍‌ସି କର୍ତ୍ତୃପକ୍ଷ ବାପୁଜୀନଗର ଚାମ୍ବର ଅଫ୍ କମର୍ସ ସହ ଆଲୋଚନା କରିଛନ୍ତି।

ଏହି ବୈଠକରେ ବାପୁଜୀନଗର ଚାମ୍ବର ଅଫ୍ କମର୍ସ ପକ୍ଷରୁ ୧୧୨ଟି ଦୋକାନ ଖୋଲିବାକୁ ଅନୁମତି ମଗା ଯାଇଥିବାବେଳେ ବିଏମ୍‌ସି କର୍ତ୍ତୃପକ୍ଷ ଏବେ ୫୦ଟି ଦୋକାନ ଖୋଲିବାକୁ ଅନୁମତି ଦେବେ ବୋଲି କହିଛନ୍ତି। ପରବର୍ତ୍ତୀ ସମୟରେ ବାକି ଦୋକାନ ଖୋଲିବାକୁ ଅନୁମତି ଦେବେ। ଗୁରୁବାର ପୂର୍ବାହ୍ନରେ ବିଏମ୍‌ସି କର୍ତ୍ତୃପକ୍ଷ ଅନୁମତି ପତ୍ର ଦେବେ। ଏହାପରେ ବ୍ୟବସାୟୀମାନେ ଗୁରୁବାର ଅପରାହ୍ନ କିମ୍ବା ଶୁକ୍ରବାର ଠାରୁ ଦୋକାନ ଖୋଲିବେ ବୋଲି ବାପୁଜୀନଗର ଚାମ୍ବର ଅଫ୍ କମର୍ସର ସାଧାରଣ ସମ୍ପାଦକ ଦୁର୍ଗାପ୍ରାସଦ ସାହୁ ସୂଚନା ଦେଇଛନ୍ତି। ବାପୁଜୀ ନଗରରେ ଦୋକାନ ଖୋଲିବା ପାଇଁ ସର୍ତ୍ତ ରହିଛି ଯେ, ବାପୁଜୀନଗର ଭିତରକୁ ଗାଡ଼ି ପଶିବନି। ବ୍ୟବସାୟୀ, ଦୋକାନ କର୍ମଚାରୀ କି ଗ୍ରାହକ କେହି ଗାଡ଼ି ନେଇ ଯିବେନି। ସମସ୍ତେ ଜନପଥରେ ଗାଡ଼ି ପାର୍କିଂ କରି ଚାଲି ଚାଲି ଯିବେ। ସମସ୍ତ ଦୋକାନରେ ସାମାଜିକ ଦୂରତା ରହିବ।

ସମ୍ବନ୍ଧିତ ଖବର