ଫେସବୁକ୍‌ରେ ଯୁବତୀଙ୍କୁ ଧମକ ଦେଇ ୫୦ ହଜାର ଟଙ୍କା ଜରିମାନା ଗଣିଲେ ଯୁବକ

0

ଧଉଳି: ଉତ୍ତରାଫାଣ୍ଡି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଫେସବୁକ ଓ ହ୍ବାଟ୍‌ସଆପ୍‌ରେ ଧମକପୂର୍ଣ୍ଣ ଓ ଅଶ୍ଳୀଳ ମେସେଜ୍‌ ପଠାଇ ଜଣେ ଯୁବକ ଗ୍ରାମ ସଭାରେ ୫୦ ହଜାର ଟଙ୍କା ଜରିମାନା ଗଣିଛନ୍ତି। ଏଭଳି ଘଟଣା ଘଟିଛି ଉକ୍ତ ଫାଣ୍ଡି ଅଧୀନ ଲକ୍ଷ୍ମୀନାରାୟଣପୁର ଓ ଖଣ୍ଡିଆମାଟିଆ ଗ୍ରାମରେ। ଖଣ୍ଡିଆମାଟିଆ ଗ୍ରାମର ଯୁବତୀଙ୍କ ସହିତ ଲକ୍ଷ୍ମୀନାରାୟଣପୁର ଗ୍ରାମର ଜଣେ ଯୁବକଙ୍କ ସହିତ ଫେସବୁକ୍‌ରେ ପରିଚୟ ଓ ବନ୍ଧୁତା ହୋଇଥିଲା। ଏହାପରେ ଚାଟିଂରୁ ସେମାନଙ୍କ ମଧ୍ୟରେ ସଂପର୍କ ଭିନ୍ନ ମୋଡ଼ ନେଇଥିଲା। ଯୁବତୀଙ୍କ ସରଳତାର ସୁଯୋଗ ନେଇ ଯୁବକ ଜଣକ ତାଙ୍କୁ ପ୍ରେମ ନିବେଦନ କରିବା ସହ ଧମକଚମକ ଦେଇଥିଲେ। ହେଲେ ଏ ସଂକ୍ରାନ୍ତରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। କିନ୍ତୁ ବୁଧବାର ସମାଧାନ ପାଇଁ ଗ୍ରାମସଭା ବସିଥିଲା। ଏଥିରେ ଯୁବକ ଜଣକ ନିଜର ଦୋଷ ସ୍ବୀକାର କରିଥିଲେ। ଗ୍ରାମସଭାର ନିଷ୍ପତ୍ତି ଅନୁଯାୟୀ ଯୁବତୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଜରିମାନା ଗଣିଥିବା ଜଣାପଡ଼ିଛି। ଏହି ଘଟଣା ଏଠାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.