ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଲଳିତ କଳା ଏକାଡେମି ଏବଂ ଓଡ଼ିଶା ଖଣି ନିଗମର ମିଳିତ ସହଯୋଗରେ ଆଜି ପାନ୍ଥ ନିବାସଠାରେ ଜାତୀୟସ୍ତରୀୟ ଶିଳ୍ପୀ ଶିବିର ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଏମ୍ସି ନିର୍ଦ୍ଦେଶକ(ପର୍ସୋନେଲ) ଶାନ୍ତନୁ କୁମାର ରଥ, ଓଏମ୍ସିର ଅର୍ଥବିଭାଗ ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ଓ ଓଏମ୍ସିର ପ୍ରୋଜେକ୍ଟ ପ୍ଲାନିଂ ନିର୍ଦ୍ଦେଶକ ରାମନାଥ ପ୍ରହରାଜ ଯୋଗଦେଇ ଖଣି ଓ ପ୍ରକୃତିର ସୁରକ୍ଷା କରାଗଲେ ଆମର ପର ପିଢି କିପରି ଉପକୃତ ହେବେ, ସେ ସମ୍ବନ୍ଧରେ ଆଲୋଚନା କରିଥିଲେ। ୨୦ ଜଣ ଶିଳ୍ପୀଙ୍କୁ ନେଇ ଆୟୋଜିତ ହୋଇଥିବା ୫ ଦିନିଆ ଶିବିରରେ ଶିଳ୍ପୀମାନେ ଦୁଇଟି ଲେଖାଏ ଚିତ୍ର ଅଙ୍କନ କରିଥିଲେ। ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୫୦ ହଜାର ଟଙ୍କାର ଅର୍ଥ ରାଶି, ଉତ୍ତରୀୟ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଏକାଡେମିର ସଚିବ ମାନସ ରଞ୍ଜନ ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁଶାନ୍ତ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
୨୦ ଶିଳ୍ପୀଙ୍କୁ ମିଳିଲା ୫୦ହଜାର ଅର୍ଥ ରାଶି, ଜାତୀୟସ୍ତରୀୟ ଶିଳ୍ପୀ ଶିବିର ଉଦ୍ଯାପିତ
/sambad/media/post_attachments/wp-content/uploads/2018/09/m11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)