ଭୁବନେଶ୍ବର: ମୋ ବସ୍ରେ ଏଣିକି ଧାର୍ଯ୍ୟ ଭଡ଼ାଠାରୁ କମ୍ ଭଡ଼ା ଦେଇ ଯାତ୍ରା କଲେ କିମ୍ବା ବିନା ପାସ୍ ଓ ଟିକେଟରେ ଯାତ୍ରା କଲେ ମହଙ୍ଗା ପଡ଼ିବ। ଧରାପଡ଼ିଲେ ୫୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ। ମୋଟର ଯାନ ଆକ୍ଟର ଧାରା ୧୨୪ ଓ ୧୭୮, ୧୭୯(୧), ୧୭୯ (୨) ଅନୁଯାୟୀ ନ୍ୟାୟଗତ ଭଡ଼ାର ୧୦ଗୁଣା ଅଥବା ୫୦୦ଟଙ୍କା (ଯେଉଁଟା କମ୍ ହେବ) ଜରିମାନା ଆଦାୟ ହେବ। ଏପରିକି କାର୍ଯ୍ୟରତ ନିରୀକ୍ଷକ ଦଳକୁ ପ୍ରତିରୋଧ କଲେ ବି ୫୦୦ଟଙ୍କା ଜରିମାନା ଆଦାୟ ହେବ ବୋଲି କ୍ରୁଟ୍ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି। ଶ୍ରୀମତୀ ମହାପାତ୍ର କହିଛନ୍ତି ନ୍ୟାୟଗତ ଭଡ଼ାର ଅର୍ଥ ହେଉଛି ବସ୍ ଯେଉଁଠୁ ଯାତ୍ରା ଆରମ୍ଭ କରି ଯେଉଁଠି ଶେଷ କରୁଛି ସେହି ଦୂରତା ପାଇଁ ଆଦାୟ କରାଯାଉଥିବା ଭଡ଼ା। ବହୁ ଯାତ୍ରୀ ବିନା ଟିକେଟ୍ରେ ମୋ ବସ୍ରେ ଯାତ୍ରା କରୁଥିବାବେଳେ ସେମାନଙ୍କୁ ଭଡ଼ା ମାଗିଲେ ସେମାନେ ମୋ ବସ୍ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ନଜରକୁ ଆସିଛି। ତେଣୁ ସେପ୍ଟେମ୍ବର ୧ରୁ ଟିକେଟ୍ ଆଦାୟ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି।
ବିନା ଟିକେଟରେ ‘ମୋ ବସ୍’ରେ ଗଲେ ୫୦୦ ଟଙ୍କା ଜରିମାନା
/sambad/media/post_attachments/wp-content/uploads/2019/06/mo-bus.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)