୫୦୦ ଗ୍ରାମ୍‌ ଗଞ୍ଜେଇ ଜବତ, ଜଣେ ଗିରଫ

0

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଆଜି ଜଣେ ଗ‌‌େଞ୍ଜଇ ବେପାରୀକୁ ଗିରଫ କରିବା ସହିତ ତା ନିକଟରୁ ୫୦୦ ଗ୍ରାମ୍୍‌ର ଗ‌‌େଞ୍ଜଇ ଜବତ କରିଛି। ସେ ହେଲା ଲଳିତ ମୋହନ ପଣ୍ତା ଓରଫ କାଳିଆ (୪୮)। ସେ ଆଠଗଡ଼ ଅଞ୍ଚଳରେ ରହୁଥିବା ବେଳେ ଚନ୍ଦ୍ରଶେଖରପୁର ଓ କଟକ ଧବଳେଶ୍ବର ଅଞ୍ଚଳରେ ଥିବା କିଛି ଦୋକାନୀଙ୍କୁ ଗଞ୍ଜେଇ ବିକ୍ରି କରୁଥିଲା। ବହୁ ବର୍ଷ ଧରି ସେ ଏପରି କାରବାର କରୁଥିବା ବେଳେ ପୁଲିସ୍‌ ନିକଟରେ କୌଣସି ସୂଚନା ନଥିଲା। ଆଜି ନୀଳାଦ୍ରିବିହାରର କିଛି ଯୁବକ ଲଳିତର କାର୍ଯ୍ୟକଳାପ ଉପରେ ନଜର ରଖି ପୁଲିସ୍‌କୁ ସୂଚନା ଦେଇଥିଲେ। ଫଳରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲଳିତକୁ ଗିରଫ କରିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.