କଟକ ସହରରୁ ଆଜି ୫୩ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୨୬ ଜଣ ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ମୋଟ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୨୭ ଜଣ ଓ ସ୍ଥାନୀୟ ଅଂଚଳରୁ ୨୬ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୨ ଜଣ ପୁରୁଷ କୋଭିଡ ଯୋଦ୍ଧା, ୮ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି। ଗୃହ ସଂଗରୋଧରୁ ଚିହ୍ନଟ ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ପୁଲନଖରାରୁ ୩ ଜଣ, ଚାଉଳିଆଗଂଜରୁ ୨ ଜଣ, ବାଖରାବାଦ, କନିକା ଛକ, ବିଡ଼ାନାସୀ, ଚାନ୍ଦିନୀ ଛକ, ବିଡାନାସୀ, ଚାନ୍ଦିନଚୌକ, ଜଗତପୁର, ସିଡିଏ ସେକ୍ଟର-୬, ନୂଆପଡ଼ାରୁ ଜଣେ ଲେଖାଏଁ ଅଛନ୍ତି।

ସ୍ଥାନୀୟ ଅଂଚଳରୁ ଆଜି ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ମଙ୍ଗଳାବାଗରୁ ୫ ଜଣ, ବକ୍ସିବଜାର, ଜଗତପୁର, ସିଡିଏ ସେକ୍ଟର-୭ରୁ ୨ ଜଣ ଲେଖାଏଁ, ନୟାବଜାର, ମାଲଗୋଦାମ, ଓଏମ୍‌ପି, ଭାନପୁର, ତେଲେଙ୍ଗାପେଣ୍ଠ, ଝାଞ୍ଜିରିମଙ୍ଗଳା, ଜୋବ୍ରା, ତେଲେଙ୍ଗାବଜାର, ନେତାଜୀ ନଗର, ବାଲିକୁଦା ଓ ନୂଆପଡ଼ାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୫୩ ଜଣ ଅଛନ୍ତି। ତେବେ ଏପର୍ଯ୍ୟନ୍ତ କଟକ ସହରରୁ ୧୪ ହଜାର ୫୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩ ହଜାର ୬୨୩ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୮୫୧ ଜଣ ଚିକିତ୍ସାଧୀନ ଥିବା ବେଳେ ୬୬ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର