୫୩ ୟୁନିଟ୍‌ ରକ୍ତ ସଂଗ୍ରହ

ସମାଜସେବୀ କାଳୀପ୍ରସାଦ ସାମନ୍ତରାୟଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମିର ପ୍ରତିଷ୍ଠାତା ସ୍ୱର୍ଗତ କାଳୀପ୍ରସାଦ ସାମନ୍ତରାୟଙ୍କ ଶ୍ରଦ୍ଧାଞ୍ଜଳି ସଭା ଜଗନ୍ନାଥ ନଗରସ୍ଥିତ ବିଜୁ ପଟ୍ଟନାୟକ ହୋଟେଲ ମ୍ୟାନେଜମେଣ୍ଟ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଅରବିନ୍ଦ ଢାଲି, ଅମର ଶତପଥୀ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ସୁବାର୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ପୂର୍ଣ୍ଣାଙ୍ଗ ଉତ୍କଳର ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ, ଝାଡ଼ଖଣ୍ଡର କବି ଅତନୁ କବି ଏବଂ ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ଆନ୍ଦୋଳନର ସୁମନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ। ଓଡ଼ିଆ ଭାଷାକୁ ଓଡ଼ିଶା ବାହାରେ ପ୍ରଚାର ପ୍ରସାର କରାଇବାରେ କାଳୀପ୍ରସାଦଙ୍କ ଅବଦାନ ସଂପର୍କରେ ଅତିଥିମାନେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରୁ ୫୩ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ଶିବିରକୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦ୍‌ଘାଟନ କରିଥିଲେ। ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ସୀତାବଲ୍ଲଭ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ, ରୁଦ୍ର ମହାନ୍ତି, ବିଶ୍ୱନାଥ ସାମଲ, ତନୟା ଫାଉଣ୍ଡେସନ୍‌ର ସଭାପତି ତନୁଜା ରଥ, ବିଚ୍ଛିନ୍ନାଞ୍ଚଳ ଖରସୁଆଁର ମାଧବ ଶତପଥୀ, ସୁଶାନ୍ତ ଷଡ଼ଙ୍ଗୀ, ସୁମନ୍ତ ଦାସ, ଶମ୍ଭୁ ଓ ବିଶ୍ୱନାଥ ଜେନାଙ୍କ ସହ ବହୁ ଛାତ୍ରଛାତ୍ରୀ, ଯୁବକ, ମହିଳା ଶ୍ରଦ୍ଧାଜ୍ଞଳି ଜଣାଇବା ସହ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମ ସମ୍ପାଦିକା ଗୌତମୀ ସାମନ୍ତରାୟ, ସାଧୁକୃପା ସାମନ୍ତରାୟ, ତପନ ପଟ୍ଟନାୟକ, ଶେଷଦେବ ବଳିୟାରସିଂହ, ଦେବେନ୍ଦ୍ର ପ୍ରସାଦ ମିଶ୍ର, ବିନୋଦ ବିହାରୀ ରଥ, ମନୋରଞ୍ଜନ କର, ଗତାଞ୍ଜଳି ଜେନା ଓ ରଞ୍ଜନ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ। ମ୍ୟୁନିସିପାଲିଟି ରକ୍ତଭଣ୍ଡାରର ସହକର୍ମୀମାନେ ଏହି ଶିବିରରୁ ରକ୍ତସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର